ଧରା ହେଲା ସିରିଏଲ୍‌ କିଲର୍‌, ହତ୍ୟା କରିବା ପରେ ମଜା ନେଉଥିଲା

0 3,370

କଟକ .- କଟକରେ ରାସ୍ତାକଡରେ ଶୋଉଥିବା ଲୋକଙ୍କୁ ହତ୍ୟା କରୁଥିବା ସିରିଏଲ୍‌ କିଲର ନାରାୟଣ ସାହୁକୁ ପୁଲିସ ଗିରଫ କରିଥିବା ଦାବି କରିଛି । ସିସିଟିଭି ଫୁଟେଜ୍‌ ଆଧାରରେ ତାକୁ ଗିରଫ କରାଯାଇଥିବା ଜଣା ପଡିଛି । ରାସ୍ତାରେ ଶୋଇଥିବା ଲୋକଙ୍କ ତଣ୍ଟି କାଟିବା ପରେ ସେ ଛଟପଟ ହେଉଥିବା ଦେଖି ନାରାୟଣ ମଜା ନେଉଥିବା ପୁଲିସ ସୂଚନା ଦେଇଛି ।

କଟକ ତଥା ଅନ୍ୟାନ୍ୟ କେତେକ ସ୍ଥାନରେ ଘଟିଥିବା ସିରିଏଲ୍‍ ହତ୍ୟା ଘଟଣାରେ କମିଶନରେଟ୍‍ ପୁଲିସ୍‍ ଗତକାଲି ଜଣକୁ ଗିରଫ କରିଛି । ୬ ଦିନ ଧରି ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‍ ଯାଞ୍ଚ କରିବା ଓ ତଦନ୍ତ ପରେ
ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ୍‍ ସଫଳ ହୋଇଛି ବୋଲି କମିଶନ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । କଟକରେ ଘଟିଥିବା ୩ଟିଯାକ ହତ୍ୟାକାଣ୍ଡ ଜନାରାୟଣ କରିଥିବା ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ସଂପର୍କରେ ପୁଲିସ୍‍ ତଦନ୍ତ କରୁଛି । ଅଭିଯୁକ୍ତ ନିକଟରେ ପହଞ୍ଚିବା ପାଇଁ କମିଶନରେଟ ପୁଲିସ୍‍ ପକ୍ଷରୁ ପାଞ୍ଚଟି ଟିମ୍‍ ଗଠନ କରାଯାଇଥିଲା ।

Leave A Reply