ନୂଆଦିଲ୍ଲୀ . – ଦେଶର ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାର ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି ।
ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ତାଲିକାରେ ସ୍ଥାନ ପାଇଥିବା ୫୦ଜଣଙ୍କ ମଧ୍ୟରୁ ୧୬ଜଣ ୨୦୦୩ ମସିହାରୁ ନେଇ ପ୍ରତିବର୍ଷ ଏହି ତାଲିକାରେ ସ୍ଥାନ ପାଇ ଆସୁଛନ୍ତି ।
ଏହି ତାଲିକାରେ ଓଡିଶାର ଦୌଡରାଣୀ ଦୂତୀ ଚାନ୍ଦ ଭାରତର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାର ୪୭ତମ
ସ୍ଥାନରେ ରହିଛନ୍ତି ।