ମହାନଦୀର ଉପର ମୁଣ୍ଡ ଛତିଶଗଡ଼ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

ମହାନଦୀର ଉପର ମୁଣ୍ଡ ଛତିଶଗଡ଼ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାରର ଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ଅପରାହ୍ଣ ସୁଦ୍ଧା ସେଠାରେ ଜଳସ୍ତର ୬୨୯ ଦଶମିକ ୬/୫ ଫୁଟ ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଆଉ ଦୁଇଟି ଗେଟ୍‍ ଖୋଲାଯାଇଛି ।

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତା୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୪ଟି ଜିଲ୍ଲା – କେନ୍ଦୁଝର,…

ଆସନ୍ତା ୨୫ ତାରିଖରେ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ

ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ

ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରାଯିବ । ଏନେଇ ଏ.ଆଇ.ସି.ଟି.ଇ. ପକ୍ଷରୁ ସୂଚନା ଦିଆଯାଇଛି । ଏଥିଲାଗି ଓଡ଼ିଆ ଭାଷା ଓ ଗବେଷଣା ସଂସ୍ଥାର ତତ୍ତ୍ୱାବଧାନରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ । ତେବେ

ସି.ବି.ଏସ୍‍.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ସେମିଷ୍ଟାର ପରୀକ୍ଷା ଆସନ୍ତା ନଭେମ୍ବରରେ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ - ସି.ବି.ଏସ୍‍.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ସେମିଷ୍ଟାର ପରୀକ୍ଷା ଆସନ୍ତା ନଭେମ୍ବରରେ ହେବା ନେଇ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷାରେ ପ୍ରତ୍ୟେକ ବିଷୟ ପାଇଁ ସମୟ ଅବଧି ୯୦ ମିନିଟ୍‍ ରହିବ । ଅତି ସଂକ୍ଷିପ୍ତମୂଳକ ପ୍ରଶ୍ନ

ପଞ୍ଜିକୃତ ଶ୍ରମିକମାନେ ଦୁର୍ଘଟଣା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ୧ ଲକ୍ଷ ଟଙ୍କାର ସ୍ଥାୟୀ ଅକ୍ଷମତା ବୀମା…

ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ଲାଗି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୨୬ ତାରିଖରୁ ଆରମ୍ଭ କରାଯାଇଥିବା ଇ-ଶ୍ରମ ପୋର୍ଟାଲ୍‍ରେ ପଞ୍ଜୀକରଣରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ସର୍ବାଧିକ ପଞ୍ଜୀକରଣ ହୋଇଥିବା ଶ୍ରେଷ୍ଠ ୧୬ଟି ରାଜ୍ୟ ମଧ୍ୟରୁ ବିହାର

ଦେଶରେ ସେରୋଟାଇପ୍‍-୨ ଡେଙ୍ଗୁ ବ୍ୟାପିବାର ଆଶଙ୍କା ନେଇ ଓଡ଼ିଶା ସମେତ ୧୧ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ ରହିବାକୁ…

ଦେଶରେ ସେରୋଟାଇପ୍‍-୨ ଡେଙ୍ଗୁ ବ୍ୟାପିବାର ଆଶଙ୍କା ନେଇ ଓଡ଼ିଶା ସମେତ ୧୧ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ରୋଗର ନିୟନ୍ତ୍ରଣ ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେବାଲାଗି ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ବରିଷ୍ଠ

ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ – ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରସୂଚନା ଦେଇଛି । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖଠାରୁ ରାଜ୍ୟରବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପ୍ରବଳ

ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ

ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ । ଆଜିଠାରୁ ପ୍ରଚାର ପାଇଁ ମାତ୍ର ୭ ଦିନ ମିଳିଥିବାରୁ ମୁଖ୍ୟ ରାଜନୈତିକ ଦଳଗୁଡ଼ିକ ତାଙ୍କର ପ୍ରଚାର ଅଭିଯାନକୁ ଜୋର୍‍ଦାର କରିବାର ସମ୍ଭାବନା ରହିଛି । ରୋଡ୍‍ ଶୋ’, ସାଇକେଲ୍‍

ଜଗତ୍‍ସିଂହପୁର ଜିଲ୍ଲାରେ ମହାନଦୀର ତଳିଆ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପ୍ରବେଶ

ଜଗତ୍‍ସିଂହପୁର ଜିଲ୍ଲାରେ ମହାନଦୀର ତଳିଆ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପ୍ରବେଶ କରିଥିବାରୁ ସେଠାକାର ଲୋକମାନେ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟାଜଳ ମହାନଦୀରେ କ୍ରମଶଃ ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପନ୍ନ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର-ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଆସନ୍ତା