କରୋନା କଟକଣା ମଧ୍ୟରେ ଆଗାମୀ ନିର୍ବାଚନକୁ ସୁଚାରୁରୂପେ ସମ୍ପାଦନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଷ୍ଟର୍‍…

କରୋନା କଟକଣା ମଧ୍ୟରେ ଆଗାମୀ ନିର୍ବାଚନକୁ ସୁଚାରୁରୂପେ ସମ୍ପାଦନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଷ୍ଟର୍‍ ପ୍ଲାନ୍‍ ପ୍ରସ୍ତୁତ କରିବାକୁ କୁହାଯାଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର୍‍ଙ୍କୁ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଛି

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ । ଏହା ଆଗାମୀ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ତାରିଖରେ ପ୍ରାର୍ଥିପତ୍ର ଗୁଡିକ ଯାଞ୍ଚ ହେବ । ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ôଥପତ୍ର ପ୍ରତ୍ୟାହାର କରିପାରିବେ ଏବଂ ୨୫ତାରିଖ

ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ । ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ସମସ୍ତ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର

ସଂସଦର ବଜେଟ୍‍ ଅଧିବେଶନ ଆସନ୍ତା ୩୧ ତାରିଖରୁ ଆରମ୍ଭ

ସଂସଦର ବଜେଟ୍‍ ଅଧିବେଶନ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ । ଏହା ଏପ୍ରିଲ୍‍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୧ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଉଦ୍‍ବୋଧନ ଦେବେ । ଫେବୃୟାରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ

ଓଡ଼ିଆ ହକି ଖେଳାଳି ଲିଲିମା ମିଞ୍ଜ୍‍ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି

ଓଡ଼ିଆ ହକି ଖେଳାଳି ଲିଲିମା ମିଞ୍ଜ୍‍ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଏକ ଟ୍ୱିଟ୍‍ ବାର୍ତ୍ତାରେ ଲିଲିମା କହିଛନ୍ତି, ଭାରତୀୟ ଦଳରେ ସାମିଲ୍‍ ହୋଇ ଦେଶର ପ୍ରତିନିଧିତ୍ୱ କରିଥିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ

୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ

୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଓ ହାଇକୋର୍ଟର ବହୁ କର୍ମଚାରୀ କରୋନା ସଂକ୍ରମିତ ହେବା ଘଟଣାକୁ ବିଚାରକୁ ନିଆଯାଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରକାଶିତ ସାନି ବିଜ୍ଞପ୍ତିରୁ ଏହା ଜଣାପଡିଛି ।

ରାଜ୍ୟର ବିଭିନ୍ନ ଦେବଦେବୀ ପୀଠରେ ମକର ସଂକ୍ରାନ୍ତି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ -ମା’ ତାରିଣୀ ମନ୍ଦିରକୁ ବନ୍ଦ୍…

ରାଜ୍ୟର ବିଭିନ୍ନ ଦେବଦେବୀ ପୀଠରେ ମକର ସଂକ୍ରାନ୍ତି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏହି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି କେନ୍ଦୁଝର ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିରକୁ ବନ୍ଦ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱତନ୍ତ୍ର ରିଲିଫ୍‍ କମିଶନର ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି

ରାଜ୍ୟର ସମସ୍ତ ସରକାରୀ ମେଡ଼ିକାଲଏବଂ ଘରୋଇ ମେଡ଼ିକାଲ କଲେଜରେ ନାମଲେଖା ପାଇଁ ଅନ୍‍ଲାଇନ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ

ରାଜ୍ୟର ସମସ୍ତ ସରକାରୀ ମେଡ଼ିକାଲ କଲେଜ ଏବଂ ଭୁବନେଶ୍ୱର ଓ ରାଉରକେଲାସ୍ଥିତ ଘରୋଇ ମେଡ଼ିକାଲ କଲେଜରେ ନାମଲେଖା ପାଇଁ ଅନ୍‍ଲାଇନ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ । ଏ ନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଟ୍‍ ର‌୍ୟାଙ୍କ

ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି

ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଗତ ଦୁଇଦିନ ହେବ ପଶ୍ଚିମଓଡ଼ିଶା ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମୂଷଳ ବର୍ଷା ସହିତ କୁଆପଥର ଯୋଗୁଁ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆସନ୍ତା ୧୫ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା

ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ପ୍ରବଳ କ୍ଷତିଗ୍ରସ୍ତ ହୋଇଛନ୍ତି । ଜିଲ୍ଲାରେ ଦୁଇ ଦିନ ତଳେ କୁଆ ପଥର ସହ ପ୍ରବଳ ବର୍ଷା ହୋଇଥିଲା । ଗତକାଲି ଅପରାହ୍ଣରେ ମଧ୍ୟ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା । ସ୍ଥାନେ ସ୍ଥାନେ ୪ରୁ ୫ ଇଞ୍ଚ୍‍ ବହଳର କୁଆପଥର ଜମି