ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ । ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ସମସ୍ତ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ପକ୍ଷରୁ ଏହି ମାଗଣା ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ସରକାର ପ୍ରତିବର୍ଷ ମାଗଣାରେ ଯୋଗାଇ ଥା’ନ୍ତି । ବିଦ୍ୟାଳୟ ଖୋଲିବା ପୂର୍ବରୁ
ଛାତ୍ରଛାତ୍ରୀଙ୍କ ନିକଟରେ ପୁସ୍ତକ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ପୁସ୍ତକ ଯୋଗାଣ ପ୍ରକ୍ରିୟାକୁ ପାଠ୍ୟପୁସ୍ତକ ଉତ୍ପାଦନ କାର୍ଯ୍ୟାଳୟ ତ୍ୱରାନ୍ୱିତ କରିଛି । ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟ ପକ୍ଷରୁ ନିୟମିତ ପୁସ୍ତକ ପ୍ରକାଶନ କରାଯାଉଥିବାବେଳେ ୩୧୪ ବ୍ଲକ୍ ଓ ୬୯ ସହରାଞ୍ଚଳ କେନ୍ଦ୍ରକୁ ପୁସ୍ତକ ପଠାଯାଉଛି ।
ଏପର୍ଯ୍ରନ୍ତ ୩୦ଟି ଜିଲ୍ଲାର ମୋଟ ୩୮୩ଟି କେନ୍ଦ୍ରକୁ ମୋଟ ୧ କୋଟି ୮ ଲକ୍ଷ ୯୮ ହଜାର ୬୭୬ ପୁସ୍ତକ ଯୋଗାଣ ଶେଷ ହୋଇଛି । ରାଜ୍ୟରେ ମୋଟ ୪୪ ଦଶମିକ ୮ ପ୍ରତିଶତ ପୁସ୍ତକ ଯୋଗାଣ ସରିଛି । ୩୦ଟି ଜିଲ୍ଲାକୁ ଫେବୃୟାରୀ ଶେଷ ସୁଦ୍ଧା ସମସ୍ତ ପୁସ୍ତକ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ୩୦ଟି ଜିଲ୍ଲାରେ ମୋଟ ୨ କୋଟି ୪୩ ଲକ୍ଷ ୨୪ ହଜାର ୭୨୫ ପୁସ୍ତକ ଆବଶ୍ୟକ ରହିଛି । ସେଥିମଧ୍ୟରୁ ୧୫ ହଜାର ୩୪୭ ପୁସ୍ତକ ଦେୟଯୁକ୍ତ ହୋଇଥିବ।।ବଳେ ୨ କୋଟି ୪୩ ଲକ୍ଷ ୯ ହଜାର
୩୮୭ ପୁସ୍ତକ ମାଗଣାରେ ଯୋଗାଇ ଦିଆଯିବ ।