କାରଖାନା ଶ୍ରମିକମାନଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

0 1,588

ଭୁବନେଶ୍ୱର – କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍‌ ୨୦୨୦ରୁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି ।

– କୌଣସି ସାବାଳକ ଶ୍ରମିକଙ୍କୁ କାରଖାନାରେ ଦୈନିକ ୧୨ ଘଣ୍ଟାରୁ ଅଧିକ କି ସପ୍ତାହକୁ ୭୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । କୌଣସି ସାବାଳକ ଶ୍ରମିକଙ୍କୁ ଏକକାଳୀନ ୬ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଦିଆଯିବ ନାହିଁ, ଅତିକମ୍‌ରେ ଅଧଘଣ୍ଟା ପାଇଁ ବିଶ୍ରାମ ସମୟ ଦେବାକୁ ହେବ । ସମୁଦାୟ ୧୩ ଘଣ୍ଟାରୁ ଅଧିକ ସମୟ କାରଖାନାରେ ରହିହେବ ନାହିଁ ।

-ସରକାରଙ୍କ ସ୍ୱତନ୍ତ୍ର ଅନୁମତି ବିନା କୌଣସି ମହିଳା ଶ୍ରମିକଙ୍କୁ କାରଖାନାରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ।
– କାରଖାନା ଆଇନର ଧାରା ୫୯ ଅନୁସାରେ ଜଣେ ଶ୍ରମିକ ସପ୍ତାହକୁ ସର୍ବାଧିକ ୨୪ ଘଣ୍ଟା ଓଭର ଟାଇମ୍‌ କରିପାରିବେ ଏବଂ ତାଙ୍କୁ ଦୈନିକ ଅତିରିକ୍ତ ୪ ଘଣ୍ଟା ଓଭର ଟାଇମ୍‌ ମଜୁରୀ ପ୍ରଦାନ କରାଯିବ ।

Leave A Reply