ପୁରୀ – ଲକ୍ ଡାଉନ ଯୋଗୁ ପୁରୀରେ ଅଟକି ଥିବା ଝାଡଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶର ୩୮ ଜଣ ପର୍ଯ୍ୟଟକ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜର ଘରକୁ ଫେରିଛନ୍ତି ।
ତେବେ ଯିବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଞ୍ଜିଟ୍ ପାସ୍ ଓ ୨ଦିନ ଲାଗି ଶୁଖିଲା ଖାଦ୍ୟ
ଯୋଗାଇ ଦିଆଯାଇଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି ।