କୋଭିଡ ଅନଲକ୍‍ ପରିସ୍ଥିତିରେ ରାଜ୍ୟରେ ଜିଏସଟି ସଂଗ୍ରହରେ ଉନ୍ନତି

0 815

କୋଭିଡ ଅନଲକ୍‍ ପରିସ୍ଥିତିରେ ରାଜ୍ୟରେ ଜିଏସଟି ସଂଗ୍ରହରେ ଉନ୍ନତି ପରିଲକ୍ଷିତ ହୋଇଛି । ନଭେମ୍ବର ମାସରେ ଜିଏସ୍‍ଟି ସଂଗ୍ରହ ୭ଦଶମିକ ୭/୧ ପ୍ରତିଶତ ବୃଦ୍ଧି ପାଇ ୨ହଜାର ୫୨୮ଦଶମିକ ୦/୧କୋଟି ଟଙ୍କାରେ ପହଞ୍ଚିଛି ।

ଗତବର୍ଷ ଏହି ସମୟ ମଧ୍ୟରେ ଜିଏସଟି ସଂଗ୍ରହ ପରିମାଣ ଥିଲା ୨୩ଶହ ୪୭ଦଶମିକ ୦.୩କୋଟି ଟଙ୍କା । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ଏହି ତିନିମାସରେ ଜିଏସ୍‍ଟି ସଂଗ୍ରହ ଗତବର୍ଷର ଏହି ସମୟ ତୁଳନାରେ ଯଥାକ୍ରମେ ୩ଦଶମିକ ୪/୨ ପ୍ରତିଶତ, ୫ଦଶମିକ ୧/୬ ପ୍ରତିଶତ ଓ ୨ଦଶମିକ ୭/୧ ପ୍ରତିଶତ ଉନ୍ନତି ଘଟିଛି ।

ଖଣିଜ ଓ ଅନ୍ୟାନ୍ୟ କ୍ଷେତ୍ରରୁ ରାଜସ୍ୱ ସଂଗ୍ରହରେ ମାନ୍ଦାସ୍ଥିତି ଲାଗି ରହିଥିବାରୁ ନଭେମ୍ବରରେ ଜିଏସ୍‍ଟି ସଂଗ୍ରହରେ ଆଖିଦୃଶିଆ ଉନ୍ନତି
ହୋଇନାହିଁ । ତେବେ ଅନ୍‍ଲକ୍‍ ପରେ ଏବେ ଅଧିକାଂଶ ଆର୍ଥିକ କ୍ଷେତ୍ର ଉନ୍ମକ୍ତ ହୋଇଥିବାର ଜଣାପଡିଛି ।

Leave A Reply