ପ୍ରିମିୟମ ଗ୍ରେଡ ପେଟ୍ରୋଲ ‘ଅକ୍‍ଟେନ-୧୦୦’ର ନୂଆଦିଲ୍ଲୀଠାରେ ଶୁଭାରମ୍ଭ

0 951

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ ପେଟ୍ରୋଲ ‘ଅକ୍‍ଟେନ-୧୦୦’ର ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରିଛନ୍ତି ।

ଏହି ହାଇଗ୍ରେଡ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ପକ୍ଷରୁ ଏକ୍ସପି-୧୦୦ ନାମରେ ବ୍ରାଣ୍ଡିଂ କରାଯାଇଛି । କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଧୀରେ ଧୀରେ ସ୍ୱଦେଶୀ ଜ୍ଞାନ କୌଶଳର ମହତ୍ୱ ବଢୁଥିବା ବେଳେ ଇଣ୍ଡିଆଲ ଅଏଲ ଗବେଷଣା
ଏବଂ ବିକାଶ-ଆର ଆଣ୍ଡ ଡି ପକ୍ଷରୁ ନୂଆ ଜ୍ଞାନକୌଶଳର ବିକଶିତ କରାଯାଇ ଦେଶର ଏହି ସର୍ବୋକୃଷ୍ଟ ତୈଳ ବଜାରରେ ବିକ୍ରି କରାଯିବାର କାର୍ଯ୍ୟ ଆରମ୍ଭ ହୋଇଛି । ବିଶେଷକରି ପ୍ରିମିୟମ ଯାନଗୁଡିକରେ ଏହି ତୈଳର ବ୍ୟବହାର ଦ୍ୱାର ଇଞ୍ଜିନର ଗତି ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply