ରାଜ୍ୟରେ ଆସନ୍ତା ୧୦ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସର୍ବନିମ୍ନ ତାପମାତ୍ରା
୨ରୁ ୩ଡିଗ୍ରୀ ସେଲସିୟସ ତଳକୁ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା ଏବଂ କେନ୍ଦୁଝର ଜିଲ୍ଳାର କେତେକ ଅଞ୍ଚଳ ଘନ କୁହୁଡି ପଡିବାର ସମ୍ଭାବନା ରହିଛି ।
କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସୋନପୁରରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ । ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୮ଦଶମିକ ୮ଡିଗ୍ରୀ ସେଲସିୟସ ଥିବାର ରେକର୍ଡ କରାଯାଇଛି ।