ସକାଳ ଜଳଖିଆରେ ଖାଆନ୍ତୁ ଏହି ଖାଦ୍ୟ ରହିବେ ଫିଟ୍‌ ଓ ଦେହ ପାଇଁ ହିତ

0 576

ସକାଳ ଜଳଖିଆରେ ଖାଆନ୍ତୁ ଏହି ଖାଦ୍ୟ ରହିବେ ଫିଟ୍‌ ଓ ଦେହ ପାଇଁ ହିତ

ଦହି: ଏଥିସହିତ ଦହିରେ ମଧ୍ୟ ପ୍ରୋଟିନ୍‌ ଏବଂ କ୍ୟାଲ୍‌ସିୟମ୍‌ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ।ଆଉ ଯଦି ଆପଣ ଏହାକୁ ସକାଳର ଜଳଖିଆରେ ସାମିଲ୍‌ କରନ୍ତି,ତେବେ ଏହା ଆପଣଙ୍କୁ ସୁଖଦ ଅନୁଭବ କରାଏ।ଯାହଦ୍ୱାରାକି ଆପଣଙ୍କ ପେଟ ପୂରିଲା ପୂରିଲା ପରି ଲାଗିଥାଏ।

ଅଣ୍ଡା: ସାଧାରଣତଃ ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ୍‌ ଏବଂ କ୍ୟାଲ୍‌ସିୟମ୍‌ ରହିଥାଏ।ଆଉ ଯଦି ଆପଣ ଆପଣଙ୍କର ସକାଳର ଜଳଖିଆରେ ଏହାକୁ ସେବନ କରନ୍ତି ତ ,ତେବେ ଆପଣଙ୍କର ସଂପୂର୍ଣ୍ଣ ଦିନଟି  ଏନର୍ଜିରେ ଭର୍‌ପୁର୍‌ ହୋଇଥାଏ।

ଫଳ: ଫଳରେ ରହିଥିବା ଭିଟାମିନ୍‌ସ,ମିନରଲ୍‌ସ ,ଆଣ୍ଟି ଅକ୍ସିଡ଼େଣ୍ଟ୍‌ସ ବା ଫାଇବରଟଟି ଭରପୁର ମାତ୍ରାରେ ରହିବା କାରଣରୁ ଏହା ଆମର ଡ଼ାଇଟ୍‌ରେ ସହାୟକ ହୁଏ।ଏଥିସହିତ ସକାଳର ଜଳଖିଆରେ ଫଳର ଆହାର ଯୋଗୁଁ ବ୍ୟକ୍ତିକୁ ପୋଷଣ ମଧ୍ୟ ମିଳିଥାଏ।

ମହୁ:ସାଧାରଣତଃ ମହୁରେ ମିନରାଲ୍ସ,କ୍ୟାଲ୍‌ସିୟମ୍‌,ମ୍ୟାଗ୍ନେସିୟମ୍‌,ପୋଟାସିୟମ୍‌ ଏବଂ ଭିଯାମିନ୍‌ସ ରହିଥାଏ।ଆଉ ଏହାକୁ ଯଦି ଆପଣ ଆପଣଙ୍କର ସକାଳର ଜଳଖିଆରେ ସାମିଲ୍‌ କରନ୍ତି ,ତେବେ ଏହା ଆପଣଙ୍କର ଖାଦ୍ୟକୁ ବହୁତ ଶୀଘ୍ର ହଜମ କରାଇଥାଏ।

Leave A Reply