ଶିକ୍ଷାର ପ୍ରତିଟି ସ୍ତରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କ ଉପସ୍ଥାନ ଆଶାତୀତ ଭାବେ ବୃଦ୍ଧି ପାଇଛି

0 1,130

ନୂଆଦିଲ୍ଲୀ — ଶିକ୍ଷା ଜରିଆରେ କନ୍ୟା ଓ ମହିଳାମାନଙ୍କ ସଶକ୍ତିକରଣର ଗତିଶୀତଳତାକୁ ଆହୁରି ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ରଅଭିଯାନର ଶୁଭାରମ୍ଭ କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ସମଗ୍ର ଦେଶର ସ୍କୁଲ ଓକଲେଜଗୁଡିକରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳନର ଆୟୋଜନ କରିବାକୁ ଯାଉଛନ୍ତି।

ମାର୍ଚ୍ଚ ୮ତାରିଖ ଆର୍ନ୍ତଜାତିକ ମହିଳା ଦିବସ ପୂର୍ବରୁ ଏକ ସପ୍ତାହ ବ୍ୟାପି ସ୍ୱତନ୍ତ୍ର ବିଷୟବସ୍ତୁ ସମ୍ବଳିତ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ସେ କହିଛନ୍ତି, ଏହି ଅଭିଯାନ ବର୍ଷ ତମାମ ଜାରି ରହିବ । ଏବେ
ଦେଶରେ ଶିକ୍ଷାର ପ୍ରତିଟି ସ୍ତରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କ ଉପସ୍ଥାନ ଆଶାତୀତ ଭାବେ ବୃଦ୍ଧି ପାଇଛି । ମନ୍ତ୍ରୀ କହିଛନ୍ତି, ଯୋଗ ଅଲିମ୍ପିୟାଡ ଭଳି ସ୍କୁଲ ସ୍ତରରେ ବାଳିକାମାନଙ୍କ ପାଇଁ ଆତ୍ମରକ୍ଷା ଅଲିମ୍ପିୟାଡ୍‍
ଆୟୋଜିତ ହେବ । ବାଳିକାମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସମସ୍ତ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆତ୍ମରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

Leave A Reply