ସୁନ୍ଦରଗଡ — ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ୪୧ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ୧୦୨ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଉଦ୍ଘାଟିତ ହୋଇଥିବା ପ୍ରକଳ୍ପର ମୂଲ୍ୟ ୪୯୪ କୋଟି ୪୩ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହା ମଧ୍ୟରେ ସୁନ୍ଦରଗଡର ଇବ୍ ନଦୀ କୂଳରେ ୮୫କୋଟି ଟଙ୍କା ବ୍ୟୟରେ ନିର୍ମିତ ରିଂ ରୋଡ ଓ ଭୋଜପୁର ନିକଟ ଇବ୍ ନଦୀ ଉପରେ ୧୬କୋଟି ଟଙ୍କା ବ୍ୟୟରେ ପୋଲ, ୨୨କୋଟି ୮୫ଲକ୍ଷ ଟଙ୍କା ବ୍ୟୟରେ ଭବାନୀଭବନ ପଡିଆର ଉନ୍ନତିକରଣ ଆଦି ଯୋଜନା ରହିଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଏକହଜାର ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୦୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ କୋଇଡ଼ା ବ୍ଲକର ୩୨ଟି ଏବଂ ଲହୁଣିପଡ଼ା ବ୍ଲକର ୫୫ଟି ଯୋଗାଯୋଗବିହୀନ ବସତି ପାଇଁ ସଡ଼କ ନିର୍ମାଣ ପ୍ରକଳ୍ପ ଓ ଜିଲ୍ଲାର ୧୦ଟି ବ୍ଲକ ପାଇଁ ୮୩ଟି ଉଠାଜଳସେଚନ ପ୍ରକଳ୍ପ ରହିଛି।