ଭୁବନେଶ୍ୱର .- ୨୦୧୯ ମସିହାରେ ଓଡ଼ିଶା ରସଗୋଲାରେ ଜିଆଇ ଟ୍ୟାଗ ପାଇଛି । ଏଥିପାଇଁ ସାରା ରାଜ୍ୟରେ ମିଠାର ଖୁସୀର ଲହରି ଖେଳିଯାଇଛି । ମାତ୍ର ୨୦୦୫-୦୬ ମସିହାରୁ ଓଡ଼ିଶା ଜିଆଇ ଟ୍ୟାଗ ପାଇ ଲାଣି । ଏ ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିଛି ।
ଏଥି ମଧ୍ୟରେ ୮ଟି ହ୍ୟାଣ୍ଡକ୍ରାଫ୍ଟ ବା ହସ୍ତଶିଳ୍ପ ୫ଟି ଚେକ୍ସଟାଇଲ୍ ହ୍ୟାଣ୍ଡଲୁମ ବା ବା ହସ୍ତତନ୍ତ ଦୁଇଟି କୃଷି ଉତ୍ପାଦ ଓ ମିଷ୍ଟାନ ରସଗୋଲା ରହିଛି ।
ଦେଶରେ ପ୍ରଥମେ ଦାର୍ଜିଲିଂର ଚା ଜିଆଇ ଟ୍ୟାଗ ପାଇଥିଲା ।
୨୦୦୫ମସିହାରୁ କୋଟପାଡର ହସ୍ତତନ୍ତ୍ର ପୋଷାକ ଓ ଏହାର ପ୍ରାକୃତିକ ରଙ୍ଗ ଜିଆଇ ଟ୍ୟାଗ ପାଇଛି ।
ଏହାସହ ବାନ୍ଧ ଶାଢୀ ବା ଇକତ ଶାଢୀ, ଖଣ୍ଡୁଆ ପାଟ, ଗୋପାଳପୁରର ଟସର , ପିପିଲି ଚାନ୍ଦୁଆ, ରଘୁରାଜପୁର ପଟ୍ଟଚିତ୍ର, କୋଣାର୍କର ପଥରକାମ, ସମ୍ବଲପୁର ଶାଢୀ, ବମକେଇ ପାଟ ଶାଢୀ, ହବସପୁର ଶାଢୀ, ବ୍ରହ୍ମପୁର ପାଟ, ଗଞ୍ଜାମର କେତକି ବା କେଓଡା,କନ୍ଧମାଳ ହଳଦୀ ଓ ଧଳାପଥର ପରଦା ଓ ଫେବ୍ରିକସ୍ ଓ ରସଗୋଲା ଜିଆଇ ଟ୍ୟାଗ ପାଇଛି ।
written by jitu and swarna manjari mohapatra