ଗଣେଶ ପୂଜା ସହ ଜଡିତ ମାନ୍ୟତା
ଭଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣାନନ ବିଘ୍ନହର୍ତ୍ତା, ଏକଦନ୍ତ ଗଜାନନନ ଦୟାବନ୍ତ ଗଣେଶଙ୍କର ପୂଜା ଅନୁଷ୍ଠିତ ହୋଇଥାଏ ।
ଏହି ଦିନ ଲୋକମାନେ ମାଟିରେ ତିଆରି ପ୍ରତିମା ଘରେ ସ୍ଥାପନା କରିଥାଆନ୍ତି ।
ଗଣେଶ ଚତୁର୍ଥୀରେ ମୂର୍ତ୍ତୀରେ ପ୍ରାଣ ପ୍ରତିଷ୍ଠା କରାଯାଇଥାଏ ।
ଏଥିପାଇଁ ସ୍ୱତନ୍ତ୍ର ପୂଜା ଓ ହୋମ କରାଯାଏ ।
କଳସ ବସାଯାଇ ପ୍ରଥମେ ବରୁଣ ପୂଜା କରାଯାଏ ।
ସାଧାରଣତଃ ଏହି ପୂଜା ୧୬ଟି ଚରଣରେ ହୋଇଥାଏ ।
ଏହାକୁ ଷୋଡଶ ଉପଚାର ପୂଜା କୁହାଯାଏ ।
ଏହି ପୂଜାରେ ଗଣେଶଙ୍କର ପ୍ରିୟ ଲଡୁ ସହ ମୋଦକ ଭୋଗ ଲଗାଯାଇଥା ଏ।
ଅକ୍ଷତ ଭକ୍ତଙ୍କ ଉପରେ ପକାଯାଇଥାଏ ।
ଗଣେଶଙ୍କର ସ୍ୱତନ୍ତ୍ର ଆରତୀ କରାଯାଏ ।
ପରେ ବିଧି ମୁତାବକ କିଛି ଦିନ ପରେ ଗଣେଶଙ୍କର ବିସର୍ଜନ କରାଯାଇଥାଏ ।