ଅନେକ କଥା ରହିଥାଏ ଯାହା ଆମେ ପରିବାରରେ କାହାକୁ କହି ପାରି ନ ଥାଉ। ଏହି କାରଣରୁ ଆମେ ନିଜ ଜୀବନରେ କିଛି ବନ୍ଧୁ କରିଥାଉ। ଯେଉଁମାନେ ଆମକୁ ବୁଝି ଥାଆନ୍ତି। ସେହି ବନ୍ଧୁଙ୍କ ସହ ଆମେ ସମସ୍ତ କଥା ବାଣ୍ଟି ଥାଉ, ବୁଲିବାକୁ ଯାଇଥାଉ, ମସ୍ତି କରିଥାଉ। କିନ୍ତୁ ଅନେକ ବ୍ୟକ୍ତିଙ୍କର ନକରାତ୍ମକ ଚିନ୍ତାଧାରା ଥିବାରୁ ସେମାନଙ୍କ ସହ ବନ୍ଧୁତା କରିବାକୁ ଇଚ୍ଛା ହୋଇ ନ ଥାଏ। ଆସନ୍ତୁ ଜାଣିବା କେଉଁ କାରଣରୁ ସମସ୍ତେ ଆପଣଙ୍କ ସହ ବନ୍ଧୁତା କରିବାକୁ ଇଚ୍ଛା କରିଥାଆନ୍ତି ..
ଖୁସି ରୁହନ୍ତୁ :
ଖୁସ ଓ ଆତ୍ମବିଶ୍ବାସ ରହିଥିବା ବ୍ୟକ୍ତିଙ୍କୁ ସମସ୍ତେ ପସନ୍ଦ କରିଥାଆନ୍ତି। ଯଦି ଆପଣ ସର୍ବଦା ମନଦୁଃଖରେ ରହୁଥିବେ ତେବେ କେହି ବି ବନ୍ଧୁତା କରିବାକୁ ଇଚ୍ଛା କରିବେ ନାହିଁ। ଯେଉଁମାନେ ଖୁସି ରହିଥାଆନ୍ତି ସେମାନଙ୍କ ସହ ସମୟ ଅତିବାହିତ କରିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ।
ଯିଏ ଯେପରି ସେ ସେହିପରି ବନ୍ଧୁ ଆଶା କରେ :
କୌଣସି ବ୍ୟକ୍ତି କେବେ ବି ସମ୍ପୂର୍ଣ୍ଣ ସଠିକ ହୋଇ ନ ଥାଏ। ସମସ୍ତଙ୍କ ମଧ୍ୟ ଅଲଗା ଅଲଗା ପ୍ରକାରର ବିଶେଷ ଗୁଣ ରହିଥାଏ। ବେଳେବେଳେ ଜୀବନରେ ଏପରି ବ୍ୟକ୍ତି ଆସିଥାଆନ୍ତି ଯେଉଁମାନଙ୍କର କିଛି ଗୁଣ ବା ଅଭ୍ୟାସକୁ ଆମେ ପସନ୍ଦ କରି ନ ଥାଉ। ସେହିପରି କ୍ଷେତ୍ରରେ ଆପଣ ନିଜେ ନ ଚାହିଁ ମଧ୍ୟ ଆପଣଙ୍କ ସ୍ବଭାବରେ ପରିବର୍ତ୍ତନ ହୋଇଥାଏ। ସାମନା ବ୍ୟକ୍ତି ଯେପରି ବ୍ୟକ୍ତିତ୍ବର ହୋଇଥାଆନ୍ତି ଆମେ ନିଜେ ସେହିପରି ହୋଇ ଯାଇଥାଉ।