ଫୋନି ପାଇଁ କେନ୍ଦ୍ର ଦେଲେ ୩ହଜାର ୩ଶହ ୩୮କୋଟି ୨୨ଲକ୍ଷ ଟଙ୍କାର ସହାୟତା ରାଶି

0 1,165

ନୂଆଦିଲ୍ଲୀ . – ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଫୋନି’କୁ ୪ମାସ ପୂରିବାକୁ ବସିଥିବାବେଳେ , କେନ୍ଦ୍ର ସରକାର ଓଡିଶା ପାଇଁ ତୃତୀୟ ପର୍ଯ୍ୟାୟରେ ୩ହଜାର ୩ଶହ ୩୮କୋଟି ୨୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ବାତ୍ୟା ପରେ ଜରୁରୀକାଳୀନ ଥଇଥାନ ପାଇଁ ପ୍ରଥମେ କେନ୍ଦ୍ର ସରକାର ଓଡିଶାକୁ ଅଗ୍ରୀମ ୩୪୦ କୋଟି ଟଙ୍କା ସହାୟତା ଦେଇଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଆଉ ୧ହଜାର କୋଟି ଟଙ୍କାର ସହାୟତା ଦେଇଥିଲେ । ଏହାକୁ ମିଶାଇ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ୪ହଜାର ୬ଶହ ୭୮କୋଟି ୨୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିସାରିଛନ୍ତି ।

ସୂଚନାଯୋଗ୍ୟ, ମେ ମାସ ୩ରେ ଓଡିଶା ଉପକୂଳରେ ତାଣ୍ଡବ ଲୀଳା ସୃଷ୍ଟି କରିଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ ଫୋନି’ ପ୍ରଭାବରେ ପୁରୀ ସମେତ ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ପରେ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ଓଡିଶାରେ ମୋଟ୍‍ ୨୪ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତିର ଆକଳନ କରାଯାଇଥିଲା । ଏହାର କ୍ଷତିପୂରଣ ପାଇଁ ରାଜ୍ୟ ସରକାର ୨୯ହଜାର ୩୧୫କୋଟି ଟଙ୍କା ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ ।

Leave A Reply