ଦେଶର ମତ୍ସ୍ୟଜୀବୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସମ୍ପଦ ଯୋଜନା ଏକ ଯୁଗାନ୍ତକାରୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।
ବାଲେଶ୍ୱର ଜିଲ୍ଲାର ବାହାବଳପୁରଠାରେ ଧୀବରମାନଙ୍କ ଆର୍ଥିକ ଉନ୍ନତିପାଇଁ ସମୁଦ୍ର ମଧ୍ୟରେ ମାଛଚାଷ ସମ୍ପର୍କରେ ଏକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଲେ, ଆମ ଦେଶର ୮ ହଜାର ୧୧୯ କିଲୋମିଟର ଉପକୂଳ ରହିଛି । ଦେଶରେ ଲୁଣିମାଛ ଓ ପୋଖରୀରୁ ଉତ୍ପାଦନ ହେଉଥିବା ମଧୁର ମାଛ ୧୮ ମିଲିୟମ୍ ମେଟ୍ରିକ୍ ଟନ୍ ଆବଶ୍ୟକ ହେଉଥିବାବେଳେ ମାତ୍ର ୧୨ ଦଶମିକ ୬ ମେଟ୍ରିକ୍ ଟନ୍ ମାଛ ବ୍ୟବସାୟୀମାନେ କାରବାର କରୁଛନ୍ତି । ପ୍ରତିକୂଳ ଭାଗରେ ବା ସମୁଦ୍ର ଅଶାନ୍ତ ରହିଲେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡ଼େ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମସ୍ୟାକୁ ଉପଳବ୍ôଧ କରିବା ସହିତ ଗୁରୁତ୍ୱ ଦେଇ ମାଛ ଉତ୍ସାଦନ ବୃଦ୍ଧି ସହ ଧୀବରମାନଙ୍କ ଆର୍ଥିକ ଉନ୍ନତି ପାଇଁ ସମୁଦ୍ର ମଧ୍ୟରେ ମାଛଚାଷ ସମ୍ପର୍କରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।
ଏହାର ଫାଇଦା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟକ୍ତିବିଶେଷ ନେଇପାରିବେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟବିଭାଗର ବରିଷ୍ଠ ଅଧିକାରୀ ସାଗର ମେହେର, ଡକ୍ଟର ସି. ସୁବର୍ଣ୍ଣା, ଜେ. ବାଲାଜୀ ଏସ୍., ଆର୍ ପ୍ରଧାନୀ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।