ବାକିଥିବା ସିବିଏସଇ, ଆଏସିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯିବ
ନୂଆଦିଲ୍ଲୀ – କରୋନା ସଂକ୍ରମଣ ଯୋଗୁଁ ଲକ୍ଡାଉନ ଫଳରେ ବିଭିନ୍ନ ରାଜ୍ୟର ବାକି ରହିଥିବା ସ୍କୁଲସ୍ତରୀୟ ପରୀକ୍ଷା ଶେଷ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସମସ୍ତ ରାଜ୍ୟକୁ ଅବଗତ କରାଯାଇଛି ।
ବାକିଥିବା ସିବିଏସଇ, ଆଏସିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ମଧ୍ୟ କରାଯିବ । ତେବେ ପରୀକ୍ଷା ବେଳେ ସମସ୍ତ ପ୍ରକାରର ସାମାଜିକ
ଦୂରତା ଓ ମାସ୍କ ପିନ୍ଧିବା, ହାତଧୋଇବା ଆଦିକୁ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।