ପରିବେଶର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ଏହାର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛି । ୨୦୭୦ ସୁଦ୍ଧା ଅଙ୍ଗାଳକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ନେବା ପାଇଁ ଭାରତ ଦେଇଥିବା ପ୍ରତିଶ୍ରୁତିର ପୂରଣ ସକାଶେ ଭାରତ ଜାତୀୟ ହାଇଡ୍ରୋଜେନ୍ ଶକ୍ତି ମିଶନ୍ ଆରମ୍ଭ କରିଛି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କ ଜର୍ମାନୀ ଗସ୍ତର ଦ୍ୱିତୀୟ ଦିନରେ ଜର୍ମାନୀ ପରିବେଶ, ପ୍ରକୃତି ସଂରକ୍ଷଣ, ପରମାଣୁ ସୁରକ୍ଷା ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଷ୍ଟେଫି ଲେମ୍କେଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିଛନ୍ତି ।
ପରିବେଶର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନର ମୁକାବିଲା, ଜୈବବିବିଧତାର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ କଥାବାର୍ତ୍ତାରେ ଆଲୋଚନାର ବିଷୟ ହୋଇଥିଲା । ଶ୍ରୀ ସିଂହ କହିଛନ୍ତି, ଉଭୟପକ୍ଷ ମଧ୍ୟରେ ସହଯୋଗ ପାଇଁ ଭାରତ ଏହାର ଇଚ୍ଛା ବିଷୟରେ ଜଣାଇଛି ।
Comments are closed, but trackbacks and pingbacks are open.