ହାତୀ ଆକ୍ରମଣରେ ୫ ମୃତ

0 1,435

ତାଳଚେର –  ହାତୀ  ଦଳି ଦେବାରୁ ଅନୁଗୁଳ ଜିଲା  ତାଳଚେରରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଗୋଟିଏ ପରିବାରର ୪ ଜଣ ରହିଛନ୍ତି ।  ଷଣ୍ଢ ଗାଁରେ ଗରମ ଯୋଗୁଁ ବାରଣ୍ଡାରେ  ଶୋଇଥିବା ୪ ଜଣଙ୍କୁ ହାତୀ ଦଳି ମାରି ଦେଇଛି ।   ବାପା, ଝିଅ ଓ ପିଉସୀ ବାରଣ୍ଡାରେ ଗରମ ଯୋଗୁଁ ଶୋଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ସେହିପରି ସନ୍ଥପଡା ଗାଁରେ ଜଣେ  ଜଣେ ୭୦ ବୟସ୍କ ବ୍ୟକ୍ତିଙ୍କୁ ହାତୀ ଦଳି କରି ମାରିଦେଇଛି ।  ହାତୀମାନଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

Leave A Reply