ଭୁବନେଶ୍ୱର — ରାଜ୍ୟରେ ବିଜୁଳି ବିଲ୍ ବକେୟା ରଖିଥିବା ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ରହିଛି । ସଠିକ୍ ସମୟରେ ସେହି ଉପଭୋକ୍ତାମାନେ ବିଦ୍ୟୁତ ବିଲ୍ ପୈଠ କରିନାହାନ୍ତି । ଏହି ବକେୟା ବିଲ୍ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ଆସନ୍ତା ଜାନୁୟାରୀ ମାସ ୧୫ତାରିଖ ଯାଏଁ ସମୟ ଦିଆଯାଇଛି । ଏହା
ମଧ୍ୟରେ ଯଦି ଉପଭୋକ୍ତା ବକେୟା ବିଲ୍ ପୈଠ ନ କରନ୍ତି ତେବେ ଜାନୁୟାରୀ୧୬ତାରିଖରୁ ବିଦ୍ୟୁତ ସଂଯୋଗ କାଟିଦିଆଯିବ ବୋଲି ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅରୁଣ ବୋଥ୍ରା ଆଜି ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅରୁଣ ବୋଥ୍ରା କହିଛନ୍ତି, ସାଧାରଣ ଖାଉଟିଙ୍କ ଉପରେ ୨ହଜାରକୋଟି ଟଙ୍କାର ବିଦ୍ୟୁତ ବିଲ୍ ବକେୟା ରହିଛି । ଏହା ବ୍ୟତୀତ ଘରୋଇ ଉପଭୋକ୍ତଙ୍କ ଉପରେ ୧ହଜାର ୨୩କୋଟି ଟଙ୍କା ବାକି ରହିଛି । ସମୁଦାୟ ବିଲ୍ ବକେୟାରୁ ୨୦୯କୋଟି ଟଙ୍କା ଉପରେ ଆପତ୍ତି ଅଭିଯୋଗ ଥିବା ବିଲ୍ ମଧ୍ୟରୁ ୧୦୮ କୋଟି ଟଙ୍କା ଶିଳ୍ପ ସଂସ୍ଥା ବିଲ୍ ବାକି ପଡିଛି ବୋଲି ସେସୁ ସିଇଓ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଏକଲକ୍ଷ ୪ହଜାର ଲୋକ ଦୁଇବର୍ଷ ଧରି କୌଣସି ବିଲ୍ ପୈଠ କରିନାହାନ୍ତି । ତେଣୁ ବାକି ଥିବା ବିଦ୍ୟୁତ ବିଲ୍ ଆଦାୟ ପାଇଁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ । ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ଭଲ ନାହିଁ, ତେଣୁ ଲୋକଙ୍କୁ ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ ଦେବା ଯୋଗାଇବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି ବୋଲି ଅରୁଣ ବ୍ରୋଥ୍ରା କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.