ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବା ନିମନ୍ତେ ବିଏମସି ପକ୍ଷରୁ ସର୍ଭେ
ଭିକାରୀ ମୁକ୍ତ-ଏକାମ୍ରକ୍ଷେତ୍ର ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବା ନିମନ୍ତେ ବିଏମସି ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି । ଲିଙ୍ଗରାଜ ମନ୍ଦିର ଆଖାପାଖରେ ବୁଲୁଥିବା ଭିକାରୀମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ଏମାନଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା କରାଯାଉଛି ।
ପ୍ରଥମ ପର୍ଯ୍ୟାୟରେ ୩୫ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଆଶ୍ରୟସ୍ଥଳୀ ନିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରିକି ନିଜ
ପରିବାରକୁ ଫେରିବାକୁ ଚାହୁଁଥିବା ଭିକାରୀକୁ ସହାୟତା ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଉଛି ।
ସମାଜରେ ମୁଖ୍ୟସ୍ରୋତରେ ସେମାନଙ୍କୁ ସାମିଲ କରାଯିବା ନିମେନ୍ତ ବିଏମ୍ସି ଏବଂ ବିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ଲିଙ୍ଗରାଜଙ୍କ ଐତିହ୍ୟ ପ୍ରକଳ୍ପର ଜମି ଅଧିଗ୍ରହଣ ନୋଡାଲ ଅଧିକାରୀ କମଲଜିତ୍ ଦାସ ଏହି ସୂଚନା ଦେଇଛନ୍ତି ।
ରାଜ୍ୟଧାନୀ ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମ୍ସି ପ୍ରୟାସ ଜାରି ରଖିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।