ଖବରମୁଖ୍ୟ ଖବରସତ-ମିଛ କୁକୁର କାମୁଡିଲେ ଏବେ ମିଳିବ ଏକ ଲକ୍ଷ ଟଙ୍କା ! By odishanext Last updated Apr 4, 2018 0 600 Share ନୂଆଦିଲ୍ଲୀ: କୁକୁର କାମୁଡିଲେ ଏକ ଲକ୍ଷ ଟଙ୍କା ମିଳିବ । ଏ କଥା ପଢିଲା ବେଳକୁ ଟିକିଏ ଅଡୁଆ ଲାଗୁଥିବ । ହେଲେ ଘଟଣାଟା ସତ । ଏହା ଦେଶର ରାଜଧାନୀ ଦିଲ୍ଲୀରେ । ଦିନକୁ ଦିନ ବୁଲା କୁକୁର କାମୁଡା ଘଟଣା ବଢିବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀର ବିଧାନ ସଭାରେ ତୁମ୍ଭୀ ତୋଫାନ ହୋଇଗଲା । କୁକୁର କାମୁଡିଲେ ଲକ୍ଷେ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି । ଆପ ବିଧାୟକ ସୋମନାଥ ଭାରତୀ ବିଧାନ ସଭାରେ ଏ ନେଇ ପ୍ରଶ୍ନ କରିଥିଲେ । ବିଧାନ ସଭା ବାଚସ୍ପତି ରାମନିବାସ ଗୋଏଲ୍ ଏହାର ତୁରନ୍ତ ନିରାକରଣ ପାଇଁ କହିଥିଲେ । ହେଲେ ଦିଲ୍ଲୀରେ କୁକୁର ସଂଖ୍ୟା ପ୍ରାୟ ୨ ଲକ୍ଷ । କୁକୁର ବନ୍ଧ୍ୟା କରଣ ପାଇଁ ୩୫ କୋଟି ଖର୍ଚ୍ଚ ହୋଇଥିଲେ ବି ଏହା ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇ ନାହିଁ । ଏବେ ୫୦ ହଜାର କୁକୁର ପିଲା ବୁଲୁଛନ୍ତି । ଚଣ୍ଡୀଗଡରେ କୁକୁର କାମୁଡିଲେ କ୍ଷତି ପୂରଣ ଦେବାକୁ ବ୍ୟବସ୍ଥା ଥିବା ବେଳେ ଦିଲ୍ଲୀରେ ତାକୁ ଲାଗୁ କରିବା ପାଇଁ ଦାବି ହୋଇଛି । 0 600 Share