କିଣାହେବ ୩ହଜାର କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ

0 533

ନୂଆଦିଲ୍ଲ . – ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ପ୍ରତିରକ୍ଷା କ୍ରୟ ପରିଷଦ ବୈଠକରେ ପାଖାପାଖି 3000 କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ କ୍ରୟକୁ ମଞ୍ଜୁରି ପ୍ରଦାନ କରାଯାଇଛି । ମନ୍ତ୍ରୀମଣ୍ଡଳର ରକ୍ଷା ସମିତି ଦ୍ୱାରା 2018 ଅକ୍ଟୋବରରେ 4 P1135.6 ଫଲୋଅନ ଜାହାଜ କ୍ରୟ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯିବା ପରେ ପ୍ରତିରକ୍ଷା ପରିଷଦ ଭାରତୀୟ ନୌସେନାର ଯୁଦ୍ଧପୋତ ମାନଙ୍କ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ କ୍ଷପଣାସ୍ତ୍ରର କ୍ରୟକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ସୁପରସୋନିକ କ୍ରୁଜ କ୍ଷପଣାସ୍ତ୍ର P1135.6 ଫଲୋଅନ ଜାହାଜ ମୁଖ୍ୟ ଶସ୍ତ୍ର ପ୍ରଣାଳୀରେ ସାମିଲ କରାଯିବ ।

ପ୍ରତିରକ୍ଷା କ୍ରୟ ପରିଷଦ ସେନାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ ପାଇଁ ଆର୍ମଡ ରିକଭରୀ ଭେଇକିଲ (ARVS) କ୍ରୟ କରିବା ପାଇଁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ ଦ୍ୱାରା ଡିଜାଇନ ଏବଂ ବିକଶିତ କରାଯାଇଥିବା ଏହି ବାହାନର ନିର୍ମାଣ ମେସର୍ସ ବି ଇ ଏମ ଏଲ ଦ୍ୱାରା କରାଯିବ । ଏଏଆରଭିଏସ ଯୁଦ୍ଧ କ୍ଷେତ୍ରରେ ଟ୍ୟାଙ୍କର ମରାମତି କାମ ଦ୍ରୂତ ଗତି ଏବଂ ପ୍ରଭାବୀ ଢ଼ଙ୍ଗରେ କରିବା ପାଇଁ ସକ୍ଷମ ।

Leave A Reply