ବିଶ୍ୱର ସବୁଠୁ ମହଙ୍ଗା ଘୋଡ଼ା ଥିଲା ‘ଗ୍ରୀନମଙ୍କି’

0 1,503

ଭୁବନେଶ୍ୱର: ଆପଣ ବହୁମୂଲ୍ୟ ଯୁକ୍ତ ଜୀବଜନ୍ତୁ ବିଷୟରେ ପଢିଥିବେ ଓ ଶୁଣିଥିବେ । ତାଙ୍କର କିଛି ଦର ତା’ର ଚାହିଦାକୁ ଅଧିକ ଆକର୍ଷଣ କରିଥାଏ । ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ମହଙ୍ଗା ଜୀବ ବିଷୟରେ ଏଠାରେ ଏକ ଖବର ଉପସ୍ଥାପନ କରିବାକୁ ଯାଉଛୁ, ଯାହାର ଦାମର ଅନୁମାନ କରାଯାଇପାରିବ ନାହିଁ । ଏହି ଘୋଡାର ଦାମରେ ଆପଣ ଗୋଟିଏ ଭଳ ଘର, କାର ଓ ବହୁତ କିଛି କିଣି ପାରିବେ ।
ଏହି ଘୋଡାର ନାମ ଗ୍ରୀନମଙ୍କି ଅଟେ, ଏହା ଏକ ଆମେରିକା ଦୌଡ ଘୋଡା । ଦୌଡିବାର କ୍ଷମତା ଓ ସୁନ୍ଦରତା ହିଁ ଏହାକୁ ଖାସ ବନାଇଥାଏ । ଏହି କାରଣରୁ ଏହା ନାମରେ ଏବେ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ମହଙ୍ଗା ଜୀବ ହେବାର ରେର୍କଡ ରହିଛି ।
କୁହାଯାଏ ଯେ ଯେତେବେଳେ ଏହା ପ୍ରଥମ ଥର ଦୌଡି ଥିଲା, ସେ ଏକ ମିଲ ଅଷ୍ଟମ ଅଂଶ୯.୮ ସେକେଣ୍ଡରେ ଶେଷ କରିଥିଲା । କିନ୍ତୁ ଗୋଟିଏ ଥର ଗମ୍ଭୀର ଭାବରେ ଆଘାତ ହେବା ପରେ ସେ ଆଉ କେବେ ଏତେ ଶୀଘ୍ର ଦୌଡି ପାରିନାହିଁ ।
ଗ୍ରୀନମଙ୍କିର ଦାମ ୧ କୋଟି ୬୦ଲକ୍ଷ ଆମେରିକା ଡଲାର ଅଟେ, ଯାହା ଭାରତୀୟ ମୁଦ୍ରାରେ ୧୧ କୋଟି ଟଙ୍କାରୁ ଅଧିକ ଅଟେ । ଏବେ ପର୍ଯ୍ୟନ୍ତ ଏହାଠାରୁ ଅଧିକ ଦାମ କୌଣସି ଜୀବ ଉପରେ ଲାଗିନାହିଁ । ହେଲେ ଜୁଲାଇ ୨୦୧୮ରେ ଗ୍ରୀନମଙ୍କିର ମୃତ୍ୟୁ ହୋଇସାରିଛି ।

Leave A Reply