ଦୁର୍ନୀତି କରିବା ମହଙ୍ଗା ପଡିଲା , ପୁଣି ବିଦା ହେଲେ କୋଟିପତି ସରକାରୀ ବାବୁ, ଜବତ ହୋଇଥିବା ଏକ କୋଟି କ୍ୟାଶ

0 856

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଓ.ଏଫ୍‍.ଏସ୍‍. ଅଫିସର ତଥା ପୂର୍ବତନ ଡିଏଫ୍‍ଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ମିଳିଛି । ଭିଜିଲାନ୍ସ ଯାଞ୍ଚ ମାମଲାରେ ପ୍ରମାଣ ପାଇବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।
୨୦୧୬ ମସିହାରେ ଆଠଗଡ଼ ଡିଏଫ୍‍ଓ ଥିବା ବେଳେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍‍ କରିଥିଲା ।
ସୁଧାଂଶୁଙ୍କ ଘରୁ ଭିଜିଲାନ୍ସ ରେଡ୍‍ ବେଳେ ୧ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିଲା । ଏହା ସହ ବ୍ୟାଙ୍କରେ ୩କୋଟି ୪୬ ଲକ୍ଷ ଟଙ୍କା ସହ ମୋଟ୍‍ ତାଙ୍କଠାରୁ ସାଢ଼େ ୫କୋଟି ଲକ୍ଷ ଟଙ୍କାର ସମ୍ପତ୍ତି ମିଳିଥିଲା । ଦୁର୍ନୀତି
ଅଭିଯୋଗରେ ସୁଧାଂଶୁଙ୍କୁ ଗିରଫ କରିବା ସହ ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇଥିଲା ।

Leave A Reply