ବିଶ୍ୱାସମୁଖ୍ୟ ଖବର ଶଙ୍ଖର ବଜାଇବାର ଉପକରିତା ଓ ହୃଦଘାତ ଆଶଙ୍କା କମିବ ପାଟି ଲାଗୁଥିବା ଲୋକ କଥା କହିବ ପେଟ ତଳ ଅଂଶର ମାଂସପେଶୀ ହେବ ସୁଦୃଢ , ମୁହଁରେ ପଡିବନି ଛାପ By odishanext On May 27, 2018 0 575 Share ଶଙ୍ଖର ବଜାଇବାର ଉପକରିତା ଓ ହୃଦଘାତ ଆଶଙ୍କା କମିବ ପାଟି ଲାଗୁଥିବା ଲୋକ କଥା କହିବ ପେଟ ତଳ ଅଂଶର ମାଂସପେଶୀ ହେବ ସୁଦୃଢ , ମୁହଁରେ ପଡିବନି ଛାପ ହିନ୍ଦୁ ରିତୀ ନୀତିରେ ଶଙ୍ଖର ଏକ ବିଶେଷ ମାନ୍ୟତା ରହିଛି । ଅଧିକାଂଶ ଶୁଭ କାର୍ଯ୍ୟରେ ଏହାକୁ ବ୍ୟବହାରକରାଯାଏ ଏହାର ଏହି ସବୁ ଉପକାରିତା ରହିଛି । ଆୟୁର୍ବେଦ ଅନୁସାରେ ଶଙ୍ଖ ବଜାଇଲେ ଶରୀରର ବିଭିନ୍ନ ଅଙ୍ଗ ଉତ୍ତମ ଭାବେ କାର୍ୟ୍ୟକାରୀ ହେବା ସହ ବେକର ମାଂଶପେଶୀ ଭଲଭାବେ କାର୍ୟ୍ୟକ୍ଷମ ହୋଇଥାଏ। ଶଙ୍ଖ ବଜାଇବା ଦ୍ୱାରା ମୁତ୍ରପଥ ,ମୁତ୍ରାଶୟ ,ତଳି ପେଟ, ଛାତି ଏବଂ ତଣ୍ଟିର ମାସଂପେଶୀ ସୁସ୍ଥ ରହିଥାଏ ।ଏହା ମଳଦ୍ୱାରର ମାସଂପେଶୀ ମଜଭୁତ ରହିଥାଏ । ଶଙ୍ଖ ଫୁଙ୍କିବା ଦ୍ୱାରା ଆପଣଙ୍କ ଥାଏରଏଡ୍ ଗ୍ରନ୍ଥି ଏବଂ ଭୋକାଲ କର୍ଡସ୍ର ସଠିକ ବ୍ୟାୟାମ ହୋଇଥାଏ । ଠିକ୍ଭାବେ କଥା କହିପାରୁ ନଥିଲେ ପାଟି ଲାଗୁଥିଲେ ଶଙ୍ଖ ଫୁଙ୍କିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ମହିଳାମାନେ ନିୟମିତ ଭାବେ ଶଙ୍ଖ ବଜାଇବା ଉଚିତ। ଏହା ଦ୍ବାରା ସେମାନଙ୍କ ତ୍ବଚା ସଙ୍କୁଚିତ- ପ୍ରସାରିତ ବ୍ୟାୟାମ ଅନ୍ତର୍ଭୁକ୍ତ ହୋଇଥାଏ। ଚକ୍ଷୁର ଜ୍ୟୋତି ବୃଦ୍ଧି କରିବାକୁ ଚାହୁଁଥିଲେ ଏହି ପ୍ରକ୍ରିୟା ପ୍ରତ୍ୟହ କରନ୍ତୁ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ନିୟମିତ ଶଙ୍ଖ ଫୁଙ୍କିଲେ ହୃଦଘାତର ଆଶଙ୍କା ମଧ୍ୟ ଯଥେଷ୍ଟ କମ୍। 0 575 Share