ଚିଲିକାରେ ପକ୍ଷୀଗଣନା ଶେଷ

0 85


ଚିଲିକାରେ ପକ୍ଷୀଗଣନା ଶେଷ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ ବିଭାଗର ମିଳିତ ନେତୃତ୍ୱରେ ହୋଇଥିବା ଏହି ଗଣନାରେ ମୋଟ୍‍ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଥିବା ଜଣାପଡ଼ିଛି । କେବଳ ନଳବଣରେ ୩ ଲକ୍ଷ ୫୮ ହଜାର ୮୮୯ଟି ପକ୍ଷୀ ରହିଥିବା ଗଣନାରୁ ଜଣାପଡ଼ିଛି । ଚଳିତବର୍ଷ ‘ମଙ୍ଗଲ ଆଣ୍ଡ୍‍ ଗଲ୍‍ଫ’ ଭାବେ ନୂଆ ପକ୍ଷୀ ମଙ୍ଗୋଲିଆରୁ ଚିଲିକାକୁ ଆସିଛନ୍ତି ।

ସବୁଠାରୁ ଅଧିକ ସଂଖ୍ୟକ ପ୍ର ିଣ୍ଟେଲ ପକ୍ଷୀ ଆସିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଗତବର୍ଷ ତୁଳନାରେ ଚିଲିକା ଓ ନଳବଣରେ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ ୨୦୦ରୁ ଊଦ୍ଧ୍ୱର୍ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀ ଆସିଥିଲେ ।

Leave A Reply