ଦେଶରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆକ୍ରାନ୍ତ ବ୍ୟକ୍ତିଙ୍କ ଗୃହ ସଙ୍ଗରୋଧ ସଂକ୍ରାନ୍ତ ନିୟମାବଳିରେ ସଂଶୋଧନ କରିଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କର କୌଣସି ଲକ୍ଷଣ ନ ଥିଲେ ସେମାନେ ଘରେ ରହିପାରିବେ । ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ରୋଗୀ, ଯେଉଁମାନଙ୍କର ବିବିଧ ରୋଗ ଥିବ, ଡାକ୍ତରଙ୍କ ପରାମର୍ଶ ପରେ ସେମାନେ ସଙ୍ଗରୋଧରେ ରହିପାରିବେଟ୍ଟ କିନ୍ତୁ ଯେଉଁ ରୋଗୀ ଏଚ୍.ଆଇ.ଭି. ଆକ୍ରାନ୍ତ ଓ କେମୋ ଥେରାପୀ ନେଉଥିବେ, ସେମାନଙ୍କର ଡାକ୍ତରୀ ପରୀକ୍ଷା ପରେ ସଙ୍ଗରୋଧରେ ରହିପାରିବେ ।
ଏହି ସମୟ ମଧ୍ୟରେ ଘରର ଅନ୍ୟ ସଦସ୍ୟମାନେ ରୋଗୀଙ୍କଠାରୁ ଦୂରେଇ ରହିବେ । ସମ୍ପୃକ୍ତ ରୋଗୀଙ୍କର ଯିଏ ଯତ୍ନ ନେବେ, ସେମାନେ ଦୁଇ ଡୋଜ୍ କୋଭିଡ୍ ପ୍ରତିଷେଧକ ଟିକା ନେଇଥିବା ଆବଶ୍ୟକ । ଜରୁରୀ ସ୍ଥିତିରେ ପରିବାର ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରର କଣ୍ଟ୍ରୋଲ୍ ରୁମ୍ ସହ ଯୋଗାଯୋଗ କରିପାରିବେ ।