ଅଲଟିମେଟ ଖୋ ଖୋ ସିଜନ-୨,୪ର୍ଥ ଦଳ ଭାବେ ସେମିରେ ପହଂଚିଲା ଚେନ୍ନାଇ କ୍ୱିକ ଗନ୍ସ

94

କଟକ,୬ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା  ୨ୟ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍ସ, ମୁମ୍ବାଇ ଖିଲାଡିସକୁ ପରାଜିତ କରି ୪ର୍ଥ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଚେନ୍ନାଇ, ମୁମ୍ବାଇ ଖିଲାଡିସକୁ ୪୧-୧୮ର ବୃହତ ଅନ୍ତରରେ ପରାଜିତ କରିଛି । ଏହି ମ୍ୟାଚ୍‌ରେ ରାମଜୀ କଶ୍ୟପ, ମଦନ ଓ ବିଜୟ ସିନ୍ଦେ ମ୍ୟାଟରେ ୫ ମିନିଟ ୩୪ ସେକେଣ୍ଡ ପର୍ଯ୍ୟନ୍ତ ରହି ୬ଟି ଡ୍ରିମ ରନ ବୋନସ ପଏଂଟ ହାସଲ କରିଥିଲେ ଓ ଦଳର ବିଜୟରେ ବଡ ଯୋଗଦାନ ଦେଇଥିଲେ । ଅନ୍ୟପକ୍ଷରେ ଆଜି ୧ମ ମ୍ୟାଚ୍‌ରେ ଓଡିଶା ଜଗରନଟ୍ସ, ଗୁଜରାଟ ଜିଆଂଟ୍‌ସକୁ ୩୦-୨୭ ପଏଂଟରେ ପରାଜିତ କରି ୩ୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଏହାପୂର୍ବରୁ ତେଲୁଗୁ ୟୋଦ୍ଧାସ ଓ ଗୁଜରାଟ ଜିଆଂଟସ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ଆସନ୍ତାକାଲି (ରବିବାର) ମୁମ୍ବାଇ ଖିଲାଡିସ, ରାଜସ୍ଥାନ ୱାରିୟର୍ସ ସହ ଏବଂ ଓଡିଶା ଜଗରନଟ୍ସ, ତେଲୁଗୁ ୟୋଦ୍ଧାସ ସହ  ପ୍ରତିଦ୍ୱନ୍ଦିତା କରିବ ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି ।  ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା ।  ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।

ଆଜିର ୨ୟ ମ୍ୟାଚରେ ବିଜୟୀ ଦଳ ଚେନ୍ନାଇ କ୍ୱିକ୍ ଗନ୍ସରେ ଅମିତ ପାଟିଲ, ମଦନ, ରାମଜୀ କଶ୍ୟ, ଲକ୍ଷ୍ମଣ ଗାୱାସ, ଆଦର୍ଶ ମୋହିତେ, ସଚିନ ଭର୍ଗୋ, ଜୋରା ସୁରଜ, ସୁରଜ ଲାଣ୍ଡେ, ଆଦିତ୍ୟ କୁଡାଲେ, ଦୁର୍ଭେଶ ସାଲୁଙ୍କେ, ଚନ୍ଦୁ ଚାଭରେ, ଆକାଶ କଦମ, ନରେନ୍ଦ୍ର କାଟକାଟେ, ମୁସ୍ତାଫା ବାଗୱାନ, ଅର୍ଜୁନ ସିଂ, ବିଜୟ ସିନ୍ଦେ, ଆଶିଷ ପଟେଲ, ଏମ ମୁଗିଲାନ, ଆକାଶ ବାଲିୟାନ, ସୁମନ ବର୍ମନ, ପବନ କୁମାର ଓ ଗିରି ଏସ ଆଦି ସାମିଲ ଥିଲେ । ସେହିପରି ମୁମ୍ବାଇ ଖିଲାଡିସରେ ଗଜାନନ ସେଙ୍ଗଲ, ଶ୍ରୀଜେଶ ଏସ, ମହେଶ ସିନ୍ଦେ, ଅନିକେତ ପୋଟେ, ଶୁଭାଶିଷ ସାନ୍ତ୍ରା, ହୃଷିକେଶ ମୁର୍ଚାୱାଡେ, ରୋକେସନ ସିଂ, ପି ଶିବା ରେଡ୍ଡୀ, ଗୋବିନ୍ଦ ଯାଦବ, ଅଭିକ ସିଂହ, ମିଲିନ୍ଦ କୁର୍ପେ, ସୁନୀଲ ପାତ୍ର, ସୁଧୀର କୁମାର, ଏମଡି ଆଇମନ ପାଶା, ସାଗର ପୋତଦାର, ରୋହନ କୋରେ, କୋମଲ, ପାୱାର ସଚିନ, ଧୀରଜ ଭାବେ, ଦେବାଶିଷ, ଶିବା, ଅଜୟ କଶ୍ୟ, ପ୍ରୀତମ ଚୌଗୁଲେ, ସିବିନ ଏମ, ଅଭିଷେକ ପଥରୋଦେ ଏବଂ ପରମାର ରାହୁଲ ଆଦି ସାମିଲ ଥିଲେ ।

Comments are closed, but trackbacks and pingbacks are open.