କଟକ — ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁରେ ଆମ ଦେଶର ପାଖାପାଖି ୫ଜଣ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭୂତାଣୁକୁ ନେଇଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି । ଏହାର ମୁକାବିଲା ନେଇ ସରକାର ପ୍ରସ୍ତୁତ ଅଛନ୍ତି ।
ଏ ନେଇ ସମସ୍ତ କ୍ୟାବିନେଟ ସହଯୋଗୀ ଓ ରାଜ୍ୟ ସରକାରଙ୍କ ସହ ସେ ବ୍ୟକ୍ତିଗତ ଆଲୋଚନା କରି ସବୁସ୍ତରରୁ ସ୍ଥିତିର ସମୀକ୍ଷା କରିଛନ୍ତି ବୋଲି ମୋଦି କହିଛନ୍ତି । ପ୍ରତ୍ୟେକ ଦେଶବାସୀ ବ୍ୟକ୍ତିଗତଭାବେ ଆବଶ୍ୟକୀୟ ପ୍ରତିଶୋଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ୨୪ଘଣ୍ଟିଆ ହେଲଲାଇନ ନମ୍ବର ଜାରି କରାଯିବା ସହିତ ଦେଶର ସମସ୍ତ
ଡାକ୍ତରଖାନାକୁ ପ୍ରସ୍ତୁତ ରଖାଯାଇଛି ବୋଲି ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡିଶାରେ କରୋନା ଭୂତାଣୁ ସଂକ୍ରମଣ ନେଇ ଆଶଙ୍କାପ୍ରକାଶ ପାଇବା ପରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦର ଏବଂ ଝାରସୁଗୁଡା ବିମାନ ବନ୍ଦରରେ ଯାଞ୍ଚ କଡାକଡି କରାଯାଉଛି । ସେହିପରି ରେଳଷ୍ଟେସନଗୁଡିକରେ ମଧ୍ୟ ରାଜ୍ୟକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି ।
ଅନ୍ୟ ପକ୍ଷରେ ଓଡିଶାରେ କରୋନା ସଂକ୍ରମଣ ଭୟ ନାହିଁ ତଥା ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
ଇତିମଧ୍ୟରେ ପାରାଦୀପ ବନ୍ଦରରେ ସିଂଙ୍ଗାପୁରରୁ ଆସିଥିବା ଦୁଇ ଭାରତୀୟ ଦମ୍ପତ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା
ପରେ ସେମାନଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲକୁ ପଠାଯାଇଛି ।