ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓ.ଏସ୍‍.ଆର୍‍.ଟି.ସି. ବସ୍‍ ଆଜିଠାରୁ ୪୩ଟି ରୁଟ୍‍ରେ ଚଳାଚଳ କରିବ

0 88

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓ.ଏସ୍‍.ଆର୍‍.ଟି.ସି. ବସ୍‍ ଆଜିଠାରୁ ୪୩ଟି ରୁଟ୍‍ରେ ଚଳାଚଳ କରିବ ବୋଲି ଓ.ଏସ୍‍.ଆର୍‍.ଟି.ସି. ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି । ବସ୍‍ ଗୁଡ଼ିକରେ କେବଳ ବସିବା କ୍ଷମତା ଅନୁସାରେ କୋଭିଡ୍‍ ନିୟମ ପାଳନ କରି ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ସଂକ୍ରମଣ କମିଥିବା ୨୦ଟି ଜିଲ୍ଲାରେ
ରାଜ୍ୟ ସରକାର ଗତ ୩୦ ତାରିଖରେ କଟକଣା କୋହଳ କରିଥିଲେ ।

ଏହି ଜିଲ୍ଲାଗୁଡ଼ିକୁ ଓ.ଏସ୍‍.ଆର୍‍.ଟି.ସି.ର ୧୬ଟି ଡିପୋରୁ ବସ୍‍ ଚଳାଚଳ କରିବ । ଅନ୍ୟ ପକ୍ଷରେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ବସ୍‍ ଚଳାଚଳକୁ ଅନୁମତି ଦିଆଯାଇ ନାହିଁ ।

Leave A Reply