ନୂଆଦିଲ୍ଲୀ ..- ପୁରୀ ଲୋକସଭା ଆସନ ପାଇଁ ବିଜେପିର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରାର୍ଥୀ ହେବେ ।୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାର ୨୨ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି । ବରଗଡ ଲୋକସଭା ସୁରେଶ ପୂଜାରୀ, ସମ୍ବଲପୁର ଲୋକସଭା ପାଇଁ ନୀତେଶ ଗଙ୍ଗଦେବ, କଳାହାଣ୍ଡି ଲୋକସଭା ଆସନ ପାଇଁ ବସନ୍ତ କୁମାର ପଣ୍ଡା, କୋରପୁଟ ଲୋକସଭା ଆସନ ପାଇଁ ଜୟରାମ ପାଙ୍ଗୀଙ୍କ ନାମ ଘୋଷଣା କରାଯାଇଛି । ସେହପରି ୨୨ଟି ବିଧାନ ସଭା ଆସନପାଇଁ ନାମ ଘୋଷଣ କରାଯାଇଛି । ଦିଗପହଣ୍ଡିରୁ ପିଙ୍କି ପ୍ରଧାନ,ଗୁଣୁପୁରରୁ ଶିଶିର ଗମାଙ୍ଗୋ, ଦେଓଗଡରୁ ସୁବାଷ ପାଣିଗ୍ରାହୀ,ବୀରମହାରାଜପୁରରୁ ରଘୁନାଥ ଜଗଦଲ ପ୍ରମୁଖଙ୍କ ନାମ ରହିଛି ।