ସୋମବାରରେ ବିଜେପୁରରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ କଲେ

0 663

ଭୁବନେଶ୍ୱର .. –ସୋମବାରେ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମଧ୍ୟାହ୍ଣ ୨.୪୦ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ ।  ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଚଳିତ ଥର ନବୀନ ପଟ୍ଟନାୟକ ଦୁଇଟି ସ୍ଥାନରୁ ନିର୍ବାଚନ ଲଢିବେ ।

 

ବିଜେପୁରରେ  ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟ ଲାଭ କରିଥିଲେ ।  ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ  ହୋଇ ସେଠାକାର ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ଆଣିବା ପାଇଁ  ପ୍ରଚେଷ୍ଟା କରାଯାଉଥିବା  ଚର୍ଚ୍ଚା ହେଉଛି ।

Leave A Reply