ଖବରମୁଖ୍ୟ ଖବରଲାଇଫଷ୍ଟାଇଲ ପେଟ ଫୁଲିବା ଓ ଜଳଉଦରୀ ବା ‘ସିକ୍ସ ଏଫ୍ By odishanext Last updated Apr 3, 2018 0 738 Share ଭିନ୍ନ ପ୍ରକାର ରୋଗରୁ ପେଟ ଫୁଲିଥାଏ। ତେବେ ଏହାର ମୁଖ୍ୟତଃ ୬ଟି କାରଣ ରହିଛି। ଏହାକୁ ଡ଼ାକ୍ତରୀ ଭାଷାରେ ‘ସିକ୍ସ ଏଫ୍’ ବୋଲି କୁହାଯାଏ। ଏଗୁଡ଼ିକ ହେଲା, ୧. ଫ୍ଲାଟସ ଗ୍ୟାସ୍ ବା ବାୟୁ ୨. ଫ୍ୟାଟ-ଚର୍ବି-ମୋଟା ହେବା ୩. ଫ୍ଲୁଇଡ଼ -ଜଳୀୟ ପଦାର୍ଥ ଜମିବା-ଜଳଉଦରୀ ୪. ଫିଟ୍ସ-ଗର୍ଭସ୍ଥ ସନ୍ତାନ ୫. ଫିସିସ୍- ଦୀର୍ଘଦିନର କୋଷ୍ଠବଦ୍ଧତା ୬. ଫାଟାଲ ଗ୍ରୋଥ-ପେଟ କର୍କଟ ତେବେ ପେଟଫୁଲାର ପ୍ରମୁଖ କାରଣ ହେଉଛି ଜଳଉଦରୀ ବା ଆସାଇଟିସ। ଜଳଉଦରୀ ୮୦ ଭାଗ ଯକୃତ ରୋଗ। ଏହାବ୍ୟତୀତ ହାର୍ଟ ଫେଲ୍ୟୁୟର, ପେଟ ଭିତରେ ଥିବା ପରଦା (ପେରିଟୋନିଅମ୍)ର ସଂକ୍ରମଣ, ପେଟ କର୍କଟ, ଟିବି, ଯକୃତ କର୍କଟ, ବୃକ୍କ ରୋଗ (ନେଫ୍ରୋଟିକ୍ ସିଣ୍ଡ୍ରୋମ୍) ମଧ୍ୟ ଜଳଉଦରି କାରଣ ହୋଇପାରେ। ଏବେ ଜଳଉଦରୀର ପ୍ରମୁଖ କାରଣ ହେଉଛି ୧.ମଦ୍ୟପାନ ଜନିତ ଲିଭର ସିରୋସିସ୍ ୨. ଲିଭର କର୍କଟ ୩. ଅଗ୍ନ୍ୟାଶୟ ପ୍ରଦାହ ୪. ହୃଦରୋଗରେ ହାର୍ଟ ଫେଲ୍ୟୁୟର ୫. ଯକୃତ ପ୍ରଦାହ ୬. ଅଗ୍ନ୍ୟାଶୟ କର୍କଟ ୭. ଯକୃତ ଶିରାରେ ରକ୍ତ ପ୍ରଦାହ ବନ୍ଦ ହୋଇ ଯକୃତରୁ ହୃତପିଣ୍ଡକୁ ରକ୍ତ ନଯିବା ୮. ଲିମ୍ପଗ୍ଳାଣ୍ଡ କର୍କଟ (ଲିମ୍ଫୋମା)୯. ଓଭାରି କର୍କଟ ୧୦.ହୃତପିଣ୍ଡ ଉପର ପରଦାର ସଂକ୍ରମଣ ୧୧. ଯକୃତରେ ହେପାଟାଇଟିସ୍ ବି.ସି.ଇର ସଂକ୍ରମଣ ୧୨. ପେରିଟୋନିଅମ୍ର ବିଭିନ୍ନ କାରଣରୁ ସଂକ୍ରମଣ। ଆସାଇଟିସ୍ ବହୁ କାରଣରୁ ହେଉଥିବାରୁ ଏହାକୁ ହେଳା ନକରି ଆରମ୍ଭରୁ ଚିକିତ୍ସା କଲେ ରୋଗ ସହଜରେ ଚିହ୍ନାପଡ଼େ ଏବଂ ବଢ଼ିବା ପୂର୍ବରୁ ଭଲ ହୋଇଯାଏ। ଆସାଇଟିସ୍ ରୋଗରେ ଦିନରାତି ୨୪ ଘଣ୍ଟାରେ ୨ ଗ୍ରାମ୍ରୁ ଅଧିକ ଲୁଣ ଖାଇବା ଉଚିତ ନୁହେଁ। ଫୁଲା କମିବା ପାଇଁ ଫୁରସେମାଇଡ଼, ଟରସେମାଇଡ଼ ଓ ସ୍ପାଇରେନା ଲାକ୍ଟୋନ ବଟିକା ଖାଇବାକୁ ଦିଆଯାଏ। ଜଳଉଦରୀର ଅନେକ କାରଣ ରହୁଥିବାରୁ ସବୁ ପରୀକ୍ଷା ପରେ ସଠିକ୍ ନିର୍ଣ୍ଣୟ କରାଯାଏ। ତେବେ ତୁଟୁକା ଚିକିତ୍ସା ଫଳପ୍ରଦ ହୁଏ ନାହିଁ। 0 738 Share