ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସକୁ ଟ୍ରାକ୍ କରୁଥିବା ଏକ ଓପନ-ଏଣ୍ଡେଡ ସ୍କିମ୍ ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଇଣ୍ଡେକ୍ସରେ ଭାରତର ଅଗ୍ରଣୀ ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡିକ ସାମିଲ ଅଛନ୍ତି ଯେଉଁମାନେକି ୮୫% ଅଂଶ କଭର କରୁଛନ୍ତି ଏବଂ ଅବଶିଷ୍ଟ ଅଂଶ ସରକାରୀ ବ୍ୟାଙ୍କଗୁଡିକୁ ନେଇ ଗଠିତ । ଏହି ଫଣ୍ଡ୍ ଭାରତର ସବୁଠାରୁ ବଡ଼ ଓ ସବୁଠାରୁ ଲିକ୍ୱିଡ ବ୍ୟାଙ୍କିଙ୍ଗ୍ ଷ୍ଟକଗୁଡିକରେ ନିବେଶ କରିବା ପାଇଁ ସୁବିଧାଜନକ ସୁଯୋଗ ଉପସ୍ଥାପନ କରୁଛି । ଏହି ନୂତନ ଫଣ୍ଡ ଅଫର୍ (ଏନ୍ଏଫ୍ଓ) ଆସନ୍ତା ଗୁରୁବାର ଅଗଷ୍ଟ ୮ ତାରିଖ ୨୦୨୪ରେ ଖୋଲିବ ଏବଂ ଏହା ଗୁରୁବାର, ଅଗଷ୍ଟ ୨୨ ତାରିଖ ୨୦୨୪ରେ ବନ୍ଦ ହେବ ।
ନିବେଶକମାନେ ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ୍କୁ କାହିଁକି ଚୟନ କରିବା ଉଚିତ ତାହାକୁ ଆଲୋକପାତ କରି ବନ୍ଧନ ଏଏମ୍ସିର ସିଇଓ ବିଶାଲ କପୁର କହିଛନ୍ତି, “ଭାରତର ଜିଡିପି ଉପରକୁ ଉଠିବା ସହିତ ଋଣ ଓ ବ୍ୟାପକ ଆର୍ଥିକ ସେବାଗୁଡିକ ପାଇଁ ଚାହିଦା ମଧ୍ୟ ବୃଦ୍ଧି ପାଉଛି, ଯାହା ବ୍ୟାଙ୍କଗୁଡିକର ଉନ୍ନତି ଓ ବିକାଶ ପାଇଁ ମଂଚ ପ୍ରସ୍ତୁତ କରୁଛି । ଆମର ବ୍ୟାଙ୍କଗୁଡିକ ଏକଦା ଉଚ୍ଚ ଏନ୍ପିଏ ଓ କମ୍ ଲାଭର ବୋଝ ତଳେ ଚାପି ହୋଇ ରହୁଥିଲେ କିନ୍ତୁ ବର୍ତମାନ ସେଗୁଡିକରେ ଉଲ୍ଲେଖନୀୟ ପରିବର୍ତନ ଘଟିଛି । ସେମାନେ ଏବେ ସୁ-ପୁଞ୍ଜିଭୂତ ଅଟନ୍ତି ଏବଂ ସେମାନଙ୍କର ଲାଭ ବହୁମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ବ୍ୟାଙ୍କଗୁଡିକ ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ୍ ନିବେଶକଙ୍କୁ ଏହି କ୍ଷେତ୍ରରେ ନିବେଶ କରିବା ପାଇଁ ଏକ ସରଳ ଓ ଅପେକ୍ଷାକୃତ ମୂଲ୍ୟ ସାପେକ୍ଷ ମାର୍ଗ ପ୍ରଦାନ କରୁଛି । ବ୍ୟାଙ୍କିଙ୍ଗ ସେକ୍ଟରର ଅଭିବୃଦ୍ଧି କ୍ଷମତା ସହିତ ନିଜର ପୋର୍ଟଫୋଲିଓକୁ ବୃଦ୍ଧି କରିବା ପାଇଁ ଚାହୁଁଥିବା ନିବେଶକମାନେ ଏହି ଫଣ୍ଡ୍କୁ ବିଚାର କରିପାରିବେ ।”
ଐତିହାସିକ ତଥ୍ୟ ଦର୍ଶାଉଛି ଯେ, ହାରାହାରି ଭାବେ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଏକ ନିୟମିତ ରିଟର୍ଣ୍ଣ ଆଧାରରେ ବିଭିନ୍ନ ସମୟରେ ନିଫ୍ଟି ୫୦ ଇଣ୍ଡେକ୍ସକୁ ବାର୍ଷିକ ୨%ରେ ପଛରେ ପକାଇଛି । ଏହାଛଡା ଏହି ଇଣ୍ଡେକ୍ସ ବର୍ତମାନ ଏହାର ୧୦ ବର୍ଷ ହାରାହାରି ପି/ଇ ଅନୁପାତ ପ୍ରତି ଏକ ରିହାତିରେ ଟ୍ରେଡିଂ କରୁଛି, ଯାହା ଏକ ଆକର୍ଷଣୀୟ ନିବେଶ ସୁଯୋଗ ଉପସ୍ଥାପନ କରୁଛି । ଲାଇସେନ୍ସପ୍ରାପ୍ତ ମ୍ୟୁଚୁଆଲ ଫଣ୍ଡ୍ ବିତରଣକାରୀ, ଅନ୍ଲାଇନ୍ ପ୍ଲାଟ୍ଫର୍ମ ମାଧ୍ୟମରେ ଏବଂ ସିଧାସଳଖ https://bandhanmutual.com/nfo/bandhan-nifty-bank-index-fund/.
ରେ ନିବେଶ କରାଯାଇପାରିବ ।
Comments are closed, but trackbacks and pingbacks are open.