ଲୋନ୍ ବୁକ୍ ବର୍ଷକୁ ବର୍ଷ ୧୧%% ବୃଦ୍ଧି ସହ ୯୭,୭୮୭ କୋଟି ଟଙ୍କା
ମୋଟ ଜମା ବର୍ଷକୁ ବର୍ଷ ୨୧% ବୃଦ୍ଧି ସହ ୧,୦୨,୨୮୩ କୋଟି ଟଙ୍କା
ହାଉସିଂ ଫାଇନାନ୍ସ ବୁକ୍ରେ ୨୮% ବୃଦ୍ଧି
କାସା ଅନୁପାତ ହେଉଛି ୩୬.୪%
ମୋଟ ଜମାରେ ରିଟେଲ୍ର ଭାଗ ୬୯%
ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । କାରବାର ଶୁଭାରମ୍ଭ କରିବାର ସାତ ବର୍ଷରୁ ସାମାନ୍ୟ ଅଧିକ ସମୟରେ ବ୍ୟାଙ୍କ୍ର ମୋଟ କାରବାର ୨ ଲକ୍ଷ କୋଟି ଟଙ୍କାର ମାଇଲଖୁଂଟ ଅତିକ୍ରମ କରିଛି ।
ବ୍ୟାଙ୍କ୍ର ମୋଟ କାରବାର (ଜମା ଓ ଅଗ୍ରୀମ) ୨୦୨୨ ଡିସେମ୍ବର ୩୧ ସୁଦ୍ଧା ବର୍ଷକୁ ବର୍ଷ ଭିତରେ ୧୬% ବୃଦ୍ଧି ପାଇ ୨,୦୦,୦୭୦ କୋଟି ଟଙ୍କା ହୋଇଛି । ବ୍ୟାଙ୍କ୍ ଭାରତର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୩୪ଟିରେ ୫,୭୨୩ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ୨.୮୬ କୋଟି ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କ୍ରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ୬୬,୦୦୦ରୁ ଅଧିକ ରହିଛି ।
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ବ୍ୟାଙ୍କ୍ର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୧% ବୃଦ୍ଧି ପାଇଛି । ମୋଟ ଜମା ଏବେ ୧,୦୨,୨୮୩ କୋଟି ଟଙ୍କା ରହିଛି । ମୋଟ ଜମାରେ ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ଅନୁପାତ ଏବେ ୩୬.୪% ରହିଛି । ଅଗ୍ରୀମ କ୍ଷେତ୍ରରେ ବ୍ୟାଙ୍କ୍ ପୂର୍ବବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୧% ବୃଦ୍ଧି ହାସଲ କରିଛି । ମୋଟ ଅଗ୍ରୀମ ଏବେ ୯୭,୭୮୭ କୋଟି ଟଙ୍କା ରହିଛି ।
ବ୍ୟାଙ୍କ୍ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍) ୧୯.୧% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି ।
ବ୍ୟାଙ୍କ୍ର ଏସ୍ଏମ୍ଇ ଋଣ, ସୁନା ଋଣ, ବ୍ୟକ୍ତିଗତ ଋଣ ଓ ଗାଡ଼ି ଋଣ ଓ ଅନ୍ୟାନ୍ୟ ଉତ୍ପାଦ ପୋର୍ଟଫୋଲିଓ ରେ ଅଭିବୃଦ୍ଧି ହୋଇଛି । ବ୍ୟାଙ୍କ୍ ପକ୍ଷରୁ କମର୍ସିଆଲ୍ ଗାଡ଼ି ଋଣ ଏବଂ ବ୍ୟବସାୟ ପାଇଁ ସଂପତି ବଦଳରେ ଋଣ ଆଦି ନୂଆ ଭର୍ଟିକାଲ୍ ଆରମ୍ଭ କରାଯାଇଛି ।
ଫଳାଫଳ ସମ୍ପର୍କରେ ଚନ୍ଦ୍ର ଶେଖର ଘୋଷ, ଏମ୍ଡି ଓ ସିଇଓ, ବନ୍ଧନ ବ୍ୟାଙ୍କ୍ କହିଛନ୍ତି ଯେ, “ବର୍ଷକୁ ବର୍ଷ ଅଭିବୃଦ୍ଧିରେ ବ୍ୟାଙ୍କ୍ ତୃତୀୟ ତ୍ରୈମାସିକରେ ଉତମ ଅଭିବୃଦ୍ଧି ହାସଲ କରିଛି । ବିଭିନ୍ନ ବର୍ଗର ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଏହାର ଉପସ୍ଥିତିକୁ ବଢ଼ାଇବା ଏବଂ ଉତ୍ପାଦ ବର୍ଗମାଳାକୁ ସୁଦୃଢ଼ କରିବା କାର୍ଯ୍ୟକୁ ବ୍ୟାଙ୍କ୍ ଜାରି ରଖିବ । ବ୍ୟାଙ୍କ୍ର ବିବିଧତା ଏଜେଣ୍ଡା ଠିକ୍ ବାଟରେ ରହିଛି ଏବଂ ପରିଚାଳନା ପରିବେଶ ସକାରାତ୍ମକ ରହିଥିବାରୁ ପରବର୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପାଇଁ ବ୍ୟାଙ୍କ୍ ଉନ୍ନତ ସ୍ଥିତିରେ ଅଛି । କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ଜିତିଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ ଏବଂ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ଯାତ୍ରାରେ ସହଯୋଗୀ ହୋଇ ରହିବା ଲାଗି ଆମେ ଉଦ୍ୟମ ଜାରି ରଖିବୁ ।’’
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.