ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବାପଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ.ପି.) ବି.ଯୁଗଳକିଶୋର । ଆହତଙ୍କୁ ସେ ନିଜ ଗାଡିରେ ଠିକ୍ ସମୟରେ ମେଡିକାଲ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି ।
ସୂଚନାନୁସାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ତୁଡିଗଡିଆ ଅଚ୍ୟୁତପୁର ଗ୍ରାମର କୈଳାସଚନ୍ଦ୍ର ସାହୁ ଆଜି ତାଙ୍କ ଝିଅକୁ କଲେଜରେ ନାମଲେଖାଇବାକୁ ଯାଉଥିଲେ । ଏହି ସମୟରେ ବେଗୁନିଆ ଜାତୀୟ ରାଜପଥ ଠାରେ ଏକ
ଅଜଣା ଗାଡି ବାପଝିଅଙ୍କୁ ଧକ୍କା ଦେଇଥିଲା । ଫଳରେ ରକ୍ତାକ୍ତ ଅବସ୍ଥାରେ ସେମାନେ ରାସ୍ତାରେ ପଡି ରହିଥିଲେ । ଏହି ସମୟରେ ଜନଶୁଣାଣି ଶିବିରରେ ଯୋଗଦେବାକୁ ଯାଉଥିବା ବାଲେଶ୍ୱର ଏସ.ପି. ଦୁହିଁଙ୍କୁ ଛଟପଟ ହେଉଥିବା ଅବସ୍ଥାରେ ଦେଖି ସାଙ୍ଗେ ସାଙ୍ଗେ ନିଜ ଗାଡିରେ ସୋର ମେଡିକାଲକୁ ନେଇଯାଇଥିଲେ । ଚିକିତ୍ସା ପରେ ବାପଝିଅ ସୁସ୍ଥ ଥିବା ଜଣାପଡିଛି ।
								
									
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
Next Post
 
			