ରାଜ୍ୟରେ ଆସନ୍ତା ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜଣାପଡ଼ିଛି ।
ବଡ଼ଦିନ ଓ ଧାନକଟା ଛୁଟି ଯୋଗୁଁ ବିଦ୍ୟାଳୟ ସବୁ ବନ୍ଦ ରହିବ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । କୌଣସି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ଆସିବେ ନାହିଁ ।
ସୂଚନା ଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଏବେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ପାଠପଢ଼ା ମଧ୍ୟ ଚାଲିଛି ।