ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୋଖରୀରେ ଚାପ ଖେଳିନ୍ତି। ଏଥିପାଇଁ ପୋଖରୀରେ ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସଜା ଯାଇଥାଏ। ମହାପ୍ରଭୁ ନରେନ୍ଦ୍ରରେ ୨୧ ଦିନ ଧରି ବାହାର ଚାପ ଖେଳିବା ପରେ ପୁଣି ୨୧ ଦିନ ପାଇଁ ଶ୍ରୀମନ୍ଦିରରେ ଭିତର ଚାପ ଖେଳିବେ।
୨୦୨୦ ମସିହାରେ କରୋନା ପ୍ରକୋପ ଯୋଗୁଁ ନିରାଡମ୍ବର ଭାବେ ହେବ ଚାପ ଖେଳ ଓ ଚନ୍ଦନ ଯାତ୍ରା ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା । ଦିନରେ ହେବ ଚାପ ଖେଳ ଷ ସନ୍ଧ୍ୟା ପୂର୍ବରୁ ଶ୍ରୀମନ୍ଦିର ବାହୁଡିବେ ଚଳନ୍ତି ପ୍ରତିମା ।