ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାର ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚିବା ଆଶା କରାଯାଉଛି । ଏପର୍ଯ୍ୟନ୍ତ ମୌସୁମୀବାୟୁ କେରଳରେ ପହଞ୍ଚି ନଥିବାରୁ ଓଡ଼ିଶା ଆସିବା ପାଇଁ ଏହା ଆହୁରି ବିଳମ୍ବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ଗତକାଲି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା । ସମ୍ବଲପୁରର ସର୍ବାଧିକ ତାପମାତ୍ରା ୪୨ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୪୦ ଦଶମିକ ୧ ଡିଗ୍ରୀ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆସନ୍ତା ୩ରୁ ୫ ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ବିଶେଷ >ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର< >ଓ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ< >ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ପବନ ହେବାର ସମ୍ଭାବନା< r>ରହିଛି । ଏହିସବୁ ଜିଲ୍ଲାବାସୀ ସତର୍କ ରହିବାପାଇଁ ପାଣିପାଗ ବିଭାଗ ପକ୍ଷରୁ< >କୁହାଯାଇଛି ।
Comments are closed, but trackbacks and pingbacks are open.