ଏହି ତିନୋଟି ହାଇଏଣ୍ଡ ସ୍ମାର୍ଟଫୋନ୍‌ର ବିଲୁକୁଲ୍‌ ନୂଆ ଫିଚର୍‌, ୪୦ ଏମ୍‌ପି କ୍ୟାମେରା ସେନସ୍‌ର

0 619

ଏବେ ବଜାରରେ ଓ ଅନ୍‌ଲାଇନ୍‌ ବିଭିନ୍ନ ସ୍ମାର୍ଟଫୋନ୍‌ ଉପଲବ୍ଧ ହେଉଛି । ଏଥିରେ ନୂଆ ନୂଆ ଫିଚର ଆସୁଛି । ଅନ୍ୟ ଓଏସ୍‌ ଅପେକ୍ଷା ଆଣ୍ଡ୍ରଏଡ୍‌ ଓଏସ୍‌ ଥିବା ଫୋନ୍‌ମାନଙ୍କର ଚାହିଦା ବୃଦ୍ଧି ପାଉଛି । ତେବେ ସାମସଙ୍ଗ,  ଭିଭୋ ଓ ହୁଓ୍ୱାଇ ସ୍ୱତନତ୍ର ଫିଚର ଥିବା ସ୍ମାର୍ଟ ଫୋନ୍‌ ଲଞ୍ଚ୍  କରିଛନ୍ତି । ଏହି ତିନୋଟି ସ୍ମାର୍ଟ ଫୋନ୍‌ ହାଇ ଏଣ୍ଡ ସ୍ମାର୍ଟଫୋନ୍‌ର ବିଲ୍‌କୁଲ୍‌ ନୂଆ ଫିଚର ।

ଭିଭୋ ବିଶ୍ୱର ପ୍ରଥମ ସ୍କ୍ରିନ୍‌ରେ ଫିଙ୍ଗର ପ୍ରିଣ୍ଟ ଥିବା କ୍ୟାମେରା ଲଞ୍ଚ କରିଛି । ଏହା ୬.୪୩ ଇଞ୍ଚ ଆମେଏଲ୍‌ଇଡି ସ୍କ୍ରିନ୍‌ ଫୁଲ୍‌ ଏଚ୍‌ଡି+ ଡିସ୍‌ପ୍ଲେ , ୧୨+୫ ଏମ୍‌ପି ପଛ କ୍ୟାମେରା, ୧୨ ଏମ୍‌ପି ଆଗ କ୍ୟାମେରା ବା ସେଲଫି କ୍ୟାମେରା,୧୨୮ ଜିବି ଇନ୍‌ବିଲ୍ଟ  ଷ୍ଟୋରେଜ୍,୪ ଜିବି ରାମ୍. କ୍ୟାଲକମ୍‌ ସ୍ନାପଡ୍ରାଗନ ୬୬୦ ଏସ୍ଓସି, ୩୯୦୦ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି ।

ହୁଓ୍ୱଇ ଏକ ଭଲ କ୍ୟାମେରା ଫୋନ୍‌ ଲଞ୍ଚ କରିଛି । ଏଥିରେ ପଠରେ ତିନୋଟି କ୍ୟାମେରା ରହିଛି । ୪୦ ମେଗା ପିକ୍ସେଲ ଆର୍‌ଜିବି ସେନସର୍‌, ୨୦ ମେଗା ପିକ୍ସେଲ ମନୋକ୍ରୋ ସେନସର୍‌ ଓ ୮ ମେଗାପିକ୍ସେଲ ଟେଫୋଟୋ ସେନସର୍‌ ରହିଛି ।  ଏହା ୬.୧ ଇଞ୍ଚ ଓଏଲ୍‌ଇଡି ସ୍କ୍ରିନ୍‌ ଫୁଲ୍‌ ଏଚ୍‌ଡି+ ଡିସ୍‌ପ୍ଲେ , ୨୪ ଏମ୍‌ପି ଆଗ କ୍ୟାମେରା ବା ସେଲଫି କ୍ୟାମେରା,୧୨୮ ଜିବି ଇନ୍‌ବିଲ୍ଟ  ଷ୍ଟୋରେଜ୍,୬ ଜିବି ରାମ୍. ଅକ୍ଟାକୋର କିରିନ୍‌୯୭୦ ପ୍ରୋସେସର୍‌, ୪୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି ।

ସାମସଙ୍ଗ ଗାଲକ୍ସି ଏସ୍‌୯+  ବିଶ୍ୱର ପ୍ରଥମ ଭାରିଏବଲ୍‌ ଅପାଚର ଦୁଇଟି ଓଆଇଏସ୍‌ ଥିବା ପଛ କ୍ୟାମେରା ଫୋନ୍‌ ଲଞ୍ଚ କରିଛି । ଫୁଲ୍‌ ଏଚ୍‌ଡି+ ଡିସ୍‌ପ୍ଲେ , ୧୨+୧୨  ଏମ୍‌ପି ସେନସର୍‌ ପଛ କ୍ୟାମେରା, ୮ ଏମ୍‌ପି ଆଗ କ୍ୟାମେରା ବା ସେଲଫି କ୍ୟାମେରା,୬୪ ଜିବି ଇନ୍‌ବିଲ୍ଟ  ଷ୍ଟୋରେଜ୍,୬ ଜିବି ରାମ୍. ଏକ୍ସୟନୋସ୍‌ ୯୮୧୦ ପ୍ରୋସେସର୍‌ , ୩୫୦୦ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି ।

ତଥ୍ୟ- gagetsnow

Leave A Reply