କେମିତି ଖୋଲିବେ ଜିରୋ ବାଲାନ୍ସ ସେଭିଙ୍ଗ୍‌ ଆକାଉଣ୍ଟ,  ଦରକାର ନାହିଁ ମିନିମମ୍‌ ବାଲାନ୍ସ

କେମିତି ଖୋଲିବେ ଜିରୋ ବାଲାନ୍ସ ସେଭିଙ୍ଗ୍‌ ଆକାଉଣ୍ଟ,  ଦରକାର ନାହିଁ ମିନିମମ୍‌ ବାଲାନ୍ସ

0 716

ନୂଆଦିଲ୍ଲୀ: ଏବେ ବ୍ୟାଙ୍କଖାତାରେ କି ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ଟଙ୍କା ନ ଥିଲେ ମାସ ଶେଷରେ ଜରିମାନା ଦେବାକୁ ପଡୁଛି । କିଛି ଆକାଉଣ୍ଟରେ ମାଇନସ୍‌ ବାଲାନ୍ସ ବି ହୋଇଯାଉଛି । ମାତ୍ର ଆପଣ ବିଭିନ୍ନ ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ପାରିବେ ଏଥିପାଇଁ ଟଙ୍କା ଜମା ଦେବା ଦରକାର ନାହିଁ କି  ମିନିମମ୍‌ ବାଲାନ୍ସ୍‌ ରହିବା ଆବଶ୍ୟକତା ନାହିଁ । ଏଥିରେ ନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ଏଟିଏମ୍‌ କାର୍ଡର ସୁବିଧା ବି ମିଳୁଛି ।

ଏସ୍‌ବିଆଇ ବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ବିଏସ୍‌ବିଡି ବା ବେସିକ୍‌ ସେଭଙ୍ଗ୍‌ ବ୍ୟାଙ୍କ ଡିପୋଜଟ୍‌ ଆକାଉଣ୍ଟ ଖୋଲି ପାରିବେ । ଏଥିରେ ମାସିକ ହାରାହାରି ଜମା, ବା ମନ୍ଥଲି ମିନିମମ୍‌ ବାଲାନ୍ସ ଦରକାର ନାହିଁ ।ଜଏଣ୍ଟ ଆକାଉଣ୍ଟରେ ବି ବ୍ୟାଙ୍କରେ ବିଏସ୍‌ବିଡି ବା ବେସିକ୍‌ ସେଭଙ୍ଗ୍‌ ବ୍ୟାଙ୍କ ଡିପୋଜଟ୍‌ ଆକାଉଣ୍ଟ ଖୋଲି ହେବ । ଏଥିରେ ଏକ ରୁ ପେ ଏଟିଏମ୍‌ କାର୍ଡ ଦିଆଯାଉଛି । ନେଟ୍‌ ବ୍ୟାଙ୍କିଙ୍ଗ୍‌ରେ ନେଫ୍ଟ ଓ ଆରଟିଜିଏସ୍‌ କରି ପାରିବେ ।ଚେକ୍‌ ବହି ପାଇ ପାରିବେ । ଆକାଉଣ୍ଟ ବନ୍ଦ କଲେ କୌଣସି ଚାର୍ଜ ପଡିବ ନାହିଁ ।

Leave A Reply