ବି.ଜେ.ପି. ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି, ନରେନ୍ଦ୍ର ମୋଦି
ସରକାର ‘ସବ୍‍କା ସାଥ୍‍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ ଏବଂ ସବ୍‍କା
ପ୍ରୟାସ’ର ମନ୍ତ୍ର ସହିତ କାର୍ଯ୍ୟ କରୁଛି

119

ବି.ଜେ.ପି. ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି, ନରେନ୍ଦ୍ର ମୋଦି ସରକାର ‘ସବ୍‍କା ସାଥ୍‍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ ଏବଂ ସବ୍‍କା ପ୍ରୟାସ’ର ମନ୍ତ୍ର ସହିତ କାର୍ଯ୍ୟ କରୁଛି । ସେ କହିଛନ୍ତି, ଦଳ ଓ ଦଳ ନେତୃତ୍ୱାଧୀନ ସରକାର ଏହାକୁ କାୟମନୋବାକ୍ୟର ସହ ପାଳନ କରୁଛନ୍ତି । ଉପରାଷ୍ଟ୍ରପତି ପଦ ପାଇଁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନ୍‍ଖଡ୍‍ଙ୍କୁ ଏନ୍‍.ଡି.ଏ. ପ୍ରାର୍ଥୀ ଘୋଷଣା କରିଥିବାରୁ ବି.ଜେ.ପି. ସମର୍ଥକଙ୍କଦ୍ୱାରା ଆୟୋଜିତ ଏକ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି । ସେ କହିଛନ୍ତି, ବି.ଜେ.ପି. ବଂଶବାଦକୁ ସମର୍ଥନ କରୁଥିବା ଦଳ ନୁହେଁଟ୍ଟ ବରଂ ଏହା ଏକ ଦଳ, ଯେଉଁଠାରେ ସାଧାରଣ ପରିବାରର ଲୋକଙ୍କୁ ଶୀର୍ଷ ପଦବୀ ପାଇଁ ସୁଯୋଗ ଦିଆଯାଉଛି । ବି.ଜେ.ପି. ସଂସଦୀୟ ବୋର୍ଡ଼ ବୈଠକରେ ୨୦ଟି ନାମ ଉପରେ ବିଚାର ବିମର୍ଶ କରାଯିବା ପରେ ଶ୍ରୀ ମୋଦି ଓ ଅନ୍ୟ ସଦସ୍ୟମାନେ ଜଗଦୀପ୍‍ ଧନ୍‍ଖଡ୍‍ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ମନୋନୀତ କରିଥିଲେ ।

Comments are closed, but trackbacks and pingbacks are open.