ଜରୁରୀକାଳିନ ସ୍ଥିତିରେ ନିୟନ୍ତ୍ରିତ ବ୍ୟବହାର ପାଇଁ ଆଉ ଦୁଇଟି ଟିକାକୁଅନୁମତି ଦେଲେ କେନ୍ଦ୍ର ସରକାର
କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକା ଏବଂ ଆଣ୍ଟିଭାଇରାଲ୍ ମୋଲ୍ନୁପିରାଭିର୍ ବଟିକାକୁ ଜରୁରୀକାଳିନ ସ୍ଥିତିରେ ନିୟନ୍ତ୍ରିତ ବ୍ୟବହାର ପାଇଁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଅନୁମତି ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଟୁଇଟ୍ କରି କହିଛନ୍ତି, କୋର୍ବେଭାକ୍ସ ସ୍ୱଦେଶ ନିର୍ମିତ ପ୍ରଥମ ଟିକା, ଯାହାକୁ ହାଇଦ୍ରାବାଦର ବାୟୋଲୋଜିକାଲ୍ ଇ-କମ୍ପାନୀ ତିଆରି କରିଛି । ଏହା ଭାରତରେ ବର୍ତ୍ତମାନ ତୃତୀୟ ଟିକା ଭାବେ ବ୍ୟବହାର କରାଯିବ ।
ସେ କହିଛନ୍ତି କୋଭୋଭାକ୍ସ ଟିକା ପୁନେର ସେରମ୍ ପ୍ରତିଷ୍ଠାନ ଦ୍ୱାରା ତିଆରି କରାଯିବ । ଶ୍ରୀ ମାଣ୍ଡବୀୟ କହିଛନ୍ତି, ମୋଲ୍ନୁପିରାଭିର୍ ବଟିକା ବର୍ତ୍ତମାନ ଦେଶର ୧୩ଟି କମ୍ପାନୀ ଦ୍ୱାରା ତିଆରି ହେବ ଏବଂ ବୟସ୍କ କରୋନା ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ଏହାକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରାଯିବ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭେିଡ୍ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ଦେଇଥିବା ଆହ୍ୱାନକୁ ଏହି ପଦକ୍ଷେପଗୁଡ଼ିକ ଆହୁରି ମଜବୁତ କରିବା ସଙ୍ଗେସଙ୍ଗେ ବିଶ୍ୱସ୍ତରର ଉଦ୍ୟମକୁ
ଶକ୍ତିଶାଳୀ କରିବ ।