ଦେଶରେ ସେରୋଟାଇପ୍-୨ ଡେଙ୍ଗୁ ବ୍ୟାପିବାର ଆଶଙ୍କା ନେଇ ଓଡ଼ିଶା ସମେତ ୧୧ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ରୋଗର ନିୟନ୍ତ୍ରଣ ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେବାଲାଗି ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଆଗୁଆ ନିରୂପଣ ବ୍ୟବସ୍ଥା, ଡେଙ୍ଗୁଜ୍ୱରର ମୁକାବିଲା ଲାଗି ହେଲ୍ପଲାଇନ୍ ବ୍ୟବସ୍ଥା, ଅଧିକ ଟେଷ୍ଟିଂ କିଟ୍ ରଖିବା ଓ ପର୍ଯ୍ୟାପ୍ତ ଔଷଧ ମହଜୁଦ୍ ରଖିବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଏଥିସହ ତୁରନ୍ତ ମୁକାବିଲା ଲାଗି ତ୍ୱରିତ ବାହିନୀ ସଜାଗ ରଖିବା ଲାଗି ମଧ୍ୟ କୁହାଯାଇଛି ।