ଯୁକ୍ତ ଦୁଇ ଶ୍ରେଣୀରେ ଓରିଜିନାଲ୍ ସାର୍ଟିଫିକେଟ୍ ଓ ମାଇଗ୍ରେସନ୍ ସାର୍ଟିଫିକେଟ୍ ବିନା ରାଜ୍ୟର ସମସ୍ତ ଡିଗ୍ରୀ କଲେଜ୍ରେ ଯୁକ୍ତ ତିନି ଶ୍ରେଣୀରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ । ଛାତ୍ରଛାତ୍ରୀମାନେ ଡାଉନ୍ଲୋଡ୍ କରିଥିବା ସେମାନଙ୍କର ମାର୍କସିଟ୍ ଓ ଅଣ୍ଡରଟେକିଂ ରଖି ନାମ ଲେଖାଇବାକୁ ସୁଯୋଗ ଦିଆଯିବ ।
ପ୍ରଥମ ମନୋନୟନର ୧୫ ଦିନ, ଦ୍ୱିତୀୟ ମନୋନୟନର ସପ୍ତାହକ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନିଜର ମୂଳ ପ୍ରମାଣପତ୍ର ଦେବାକୁ ପଡ଼ିବ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ରାଜେଶ କୁମାର ସାହୁ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।