ସରକାର କରୋନା କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ପ୍ୟାକେଜ୍‍ ଘୋଷଣା

0 82

ସରକାର କରୋନା କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ପ୍ୟାକେଜ୍‍ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିବାବେଳେ ୧୦ ହଜାର ୭୦୦ ପଞ୍ଜିକୃତ ଟୁରିଷ୍ଟ ଗାଇଡ୍‍ଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି । ସେମାନେ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ନେଇପାରିବେ ।


ସେହିପରି ମାଇକ୍ରୋ ଫାଇନାନ୍ସ ସଂସ୍ଥା ଜରିଆରେ ୨୫ ଲକ୍ଷ ଲୋକଙ୍କୁ ଋଣ ମିଳିବା ସହିତ ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାସହିତ କୃଷକମାନଙ୍କୁ ୧୪ ହଜାର ୭୭୫ କୋଟି ଟଙ୍କାର ଅତିରିକ୍ତ ସବ୍‍ସିଡ଼ି ପ୍ରଦାନ କରାଯିବ । ସେହିପରି ଭାରତକୁ ଆସିଥିବା ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଦେୟମୁକ୍ତ ଭିସା ସୁବିଧା ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ।

Leave A Reply