କୋଭିଡ୍ ସଂକ୍ରମଣ ରୋକିବା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଜୁଲାଇ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ କେତେକ ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ ତଥା ଆଂଶିକ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ଟ୍ରେନ୍କୁ ଜୁଲାଇ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଭୁବନେଶ୍ୱର-ବଲାଙ୍ଗୀର, ଭୁବନେଶ୍ୱର-କେନ୍ଦୁଝରଗଡ଼, କଟକ-ଭଦ୍ରକ ଓ କଟକ-ପାରାଦୀପ ଟ୍ରେନ୍କୁ ଜୁଲାଇ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ଉଭୟଙ୍କୁ ବାତିଲ କରାଯାଇଛି ।
ସେହିପରି ଭୁବନେଶ୍ୱର-ପଲାସା ଓ ଭୁବନେଶ୍ୱରବାଙ୍ଗିରିପୋଷି ସ୍ପେଶାଲ ଟ୍ରେନ୍କୁ ଜୁଲାଇ ୩, ୪ ଓ ୧୦, ୧୧, ୧୨ ତାରିଖ ପାଇଁ ବାତିଲ କରାଯାଇଛି । ଏଥିସହ ରଥଯାତ୍ରାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସମାଗମ ରୋକିବା ପାଇଁ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ
ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।